ଅନ୍ୟ ଦଳରୁ ଆସି ବିଜେପିରେ ଯୋଗ ଦେବାକୁ ଚାହିଁଲେ ସେମାନଙ୍କୁ ସାମିଲ କରି ତୃଣମୂଳ ସ୍ତରରେ କାୟା ବୃଦ୍ଧି କରାଯିବ

NEWS7
sourav-ganguly-net-worth-lifestyle-income-house-and-car-collection

ଭୁବନେଶ୍ବର ୧୦।୧୨: ଆଗାମୀ ଦିନରେ ଅପରେସନ ଲୋଟସକୁ ଜୋରଦାର କରିବ ବିଜେପି । ଯେଉଁମାନେ ଅନ୍ୟ ଦଳରୁ ଆସି ବିଜେପିରେ ଯୋଗ ଦେବାକୁ ଚାହିଁବେ ସେମାନଙ୍କୁ ଦଳରେ ସାମିଲ କରି ତୃଣମୂଳ ସ୍ତରରେ ଦଳର କାୟା ବୃଦ୍ଧି କରାଯିବ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି । ପଂଚାୟତ ପୌର ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଦଳକୁ ସଂଗଠିତ କରି ନିର୍ବାଚନକୁ ଓହ୍ଲାଇବ ଭାରତୀୟ ଜନତା ପାର୍ଟି । ଏଭଳି କିଛି ଖସଡ଼ା ପ୍ରସ୍ତୁତ କରିଛି ଦଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସ୍ତରୀୟ କର୍ମଶାଳାରେ ଏଭଳି କିଛି ଗୁରୁମନ୍ତ୍ର ନେଇଛନ୍ତି ନୂଆ ଦାୟିତ୍ୱ ଦିଆଯାଇଥିବା ପଦାଧିକାରୀ ।

ଆଜିର ବୈଠକରେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପଦାଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପଂଚାୟତ ଆଗାମୀ ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ଅଛି । ନିର୍ବାଚନରେ ଭଲ ଭାବେ ଲଢ଼ିବ ଏବଂ ଭଲ ରେଜଲ୍ଟ କରିବ । ଏକପାଖିଆ ନିର୍ବାଚନ ଜିତିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ । ସେ ଆହୁରି କହିଛନ୍ତି, ଅନ୍ୟ ରାଜନୈତିକ ଦଳର ନେତୃତ୍ୱ ମାନେ ବିଜେପି ହାତରେ ଦେଶ ଓ ରାଜ୍ୟ ସୁରକ୍ଷିତ ଭାବୁଛନ୍ତି ଏବଂ ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ ଭାବୁଛନ୍ତି, ସେମାନେ ସମସ୍ତେ ବିଜେପି ମୁହାଁ ହେଉଛନ୍ତି । ସେପଟେ ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା ହେଉଛି ।