ଚାନ୍ଦବାଲିରେ ପୁଣି ଚାଞ୍ଚଲ୍ୟ, ନାବାଳିକାଙ୍କୁ ଅପହରଣ ପରେ କୁମ୍ଭୀର ମୁହଁକୁ ଠେଲିଦେଲା ପ୍ରେମିକ

NEWS7
sourav-ganguly-may-entry-in-politics-dadas-reaction-came-out

ଭଦ୍ରକ: ଚାନ୍ଦବାଲି ବାଲିଗାଁର ଜଘନ୍ୟ କାଣ୍ଡକୁ ୨୪ ଘଣ୍ଟା ନପୁରୁଣୁ, ପୁଣି ଏକ ସ୍ପର୍ଶ କାତର ଘଟଣା ସାମ୍ନାକୁ ଆସିଛି। ପ୍ରେମ ନାଁରେ ନାବାଳିକା ଝିଅକୁ ଅପହରଣ ପରେ ହତ୍ୟା ଉଦ୍ୟମ କଲା କରିଛି ପ୍ରେମିକ। ଯାହାକୁ ନେଇ ପୁଣି ଅସନ୍ତୋଷ ଦେଖିବାକୁ ମିଳିଛି। ଘଟଣା ଘଟିଛି ଚାନ୍ଦବାଲି ଥାନା ବାଣପୁର ଗ୍ରାମରେ।

ସୂଚନା ଅନୁସାରେ, ବାଣପୁର ଗ୍ରାମର ଜନୈକ ମହିଳାଙ୍କ ନାବାଳିକା ଝିଅ ହଠାତ ଗତ ୨୩ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବାପରେ ପାଇନଥିଲେ। ଏମିତିରେ ବୁଧବାର ସକାଳୁ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ।

ତେବେ ବୁଧବାର ସକାଳେ ଅପହରଣ କରିଥିବା ଯୁବକ, ନାବାଳିକାଙ୍କ ମାଆକୁ ଫୋନ ଯୋଗେ ଝିଅକୁ ନେଇଯିବା ପାଇଁ କହିଥିଲା। ଆଉ ସଂଗେ ସଂଗେ ନାବାଳିକାଙ୍କ ମାଆ ପୋଲିସକୁ ଖବର ଦେବା ପରେ ପୋଲିସ ମୋବାଇଲ ଟ୍ରାକ କରି ଅଭିଯୁକ୍ତ ଯୁବକକୁ ଥାନାକୁ ଆଣି ଅଟକ ରଖିବା ସହ, ଚାନ୍ଦବାଲି ପୋଲ ନିକଟରୁ ଆହତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

କିନ୍ତୁ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ପ୍ରେମିକ ବିବାହିତ ଜାଣିବା ପରେ ସେ ବିରୋଧ କରିଥିଲେ। ହେଲେ ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣକ ତାଙ୍କୁ କୁମ୍ଭୀର ପ୍ରବଣ ବୈତରଣୀ ନଦୀକୁ ଠେଲି ଦେଇଥିବା କହିଛନ୍ତି ନାବାଳିକା। ସେ ଆହୁରି କହିଛନ୍ତି ଯୁବକ ଜଣକ ବାହା ହେବାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ସତ ଜାଣିବା ପରେ ମାରିବାକୁ ଉଦ୍ୟମ କରିଥିଲା। ତେବେ ଘଟଣା ପରେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୋଲିସ ପଚାର ଉଚୁରା କରୁଛି ବୋଲି ସୂଚନା ମିଳିଛି |