ବିଜ୍ଞପ୍ତି ପରେ ଏକାଧିକ ସଂଶୋଧନ ଦାବି, ମନ୍ତ୍ରୀ କହିଲେ ଯେଉଁଠି ଆବଶ୍ୟକ ଆମେ କରିବୁ

NEWS7
sonu-sood-extends-a-helping-hand-to-poor-children

ଭୁବନେଶ୍ୱର ୦୬/୦୨: ଜିଲ୍ଲା ଗୁଡିକର ନାମ ସଂଶୋଧନ ପାଇଁ ଦାବି ଉଠିବା ପ୍ରସଙ୍ଗ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। ସମସ୍ତଙ୍କ ପ୍ରସ୍ତାବ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ । ଇଂରାଜୀ ଭାଷାରେ ବହୁତ ସମୟ ରେ ଓଡ଼ିଆ ଭାଷା ସ୍ପେଲିଙ୍ଗ ଭୁଲ ହୁଏ । ଯେଉଁ ସ୍ପେଲିଙ୍ଗ ଓଡ଼ିଆ ଶବ୍ଦା ବଳିର ଗାଁ, ଅଞ୍ଚଳ ନାମ ହୋଇଥିଲା ଗୁଡ଼ାଏ ତ୍ରୁଟି ବିଚ୍ୟୁତି ବାହାରିବ ।

​​​​​​​

ପ୍ରଥମ ପର୍ଯ୍ୟାୟରେ ଯେତିକି ଆସିଲା ଵିଜ୍ଞାପନ ଜରିଆରେ ସେ ଅଞ୍ଚଳର ଲୋକଙ୍କ ମତାମତ ମାଗିଛୁ । ଏବେ ଯେଉଁମାନେ ସେମାନଙ୍କ ଗାଁ ନାମ କୁ ନେଇ ସୂଚନା ବା ଆବେଦନ କରିବେ ତାକୁ ବିଚାରକୁ ନେବୁ । ଓଡ଼ିଆ ଏପଟ ସେପଟ ହେବନାହିଁ । ଇଂରାଜୀ ଲେଟର ବଦଳିବ । ଏହି କ୍ରମ ଆରମ୍ଭ ହେଲା । ଯେଉଁ ଯେଉଁ ଜାଗାରେ ଏମିତି ଭୁଲ ହୋଇଥିବ ଲୋକଙ୍କ ପ୍ରସ୍ତାବ ଆସିବ ସବୁ ଗ୍ରହଣ କରାଯିବ ।

also read...

​​​​​​​ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲାର ଇଂରାଜୀ ବନାନ୍

ଗୁଡ଼ାଏ ଜାଗାରେ କେନ୍ଦ୍ର ସରକାରଙ୍କ ଅନୁମତି ଦରକାର । ରାଜସ୍ବ ବିଭାଗର ଦସ୍ତାବିଜ ପ୍ରସ୍ତୁତ ହେଲା ପରେ କେନ୍ଦ୍ର ସରକାରଙ୍କ ଦସ୍ତାବିଜରେ ଚଢିଥାଏ । ଯେଉଁଠି କେନ୍ଦ୍ର ସରକାରଙ୍କ ସହାୟତା ଦରକାର ଆମେ ସହାୟତା ନେବୁ । ଯେଉଁ ଗାଁ ନାମ ପୂର୍ବଜ ମାନେ ଯୁଗ ଯୁଗ ଧରି ସ୍ଥିର କରିଥିଲେ ତାର ଶବ୍ଦାବଳି ହିନ୍ଦୀ କିମ୍ବା ଇଂରାଜୀ ରେ ହେବା ବେଳକୁ ନିଖୁଣ ପାଇଁ ପ୍ରୟାସ କରିବୁ ସ୍ପେଲିଙ୍ଗ ଇଂରାଜୀ କିମ୍ବା ହିନ୍ଦୀ ହେଉ କିନ୍ତୁ ଓଡ଼ିଆ ଠିକ ହେବ ।