୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ସୋନମ, ପୋଲିସ୍ ଆଗରେ ବଖାଣିବ ମର୍ଡର ମିଷ୍ଟ୍ରି ପ୍ଲାନ

Published By : Prameya-News7 Bureau | June 10, 2025 IST

ନୂଆଦିଲ୍ଲୀ ୧୦।୦୬; ସାରା ଦେଶକୁ ଦୋହଲାଇ ରଖିଛି ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା। ମେଘାଳୟ ହନିମୁନ ମର୍ଡର ମିଷ୍ଟ୍ରିର ସାଂଘାତିକ ତଥ୍ୟ। ରାଜା ରଘୁବଂଶୀ ହତ୍ୟା ମାମଲାର ସସପେନ୍ସ ଶେଷରେ ପ୍ରକାଶ ପାଇଛି। ଏହି ମାମଲାରେ ମେଘାଳୟ ପୋଲିସ ରାଜାଙ୍କ ପତ୍ନୀ ସୋନମଙ୍କୁ ଗିରଫ କରିଛି। ବିବାହର ୪ ଦିନ ପରେ ପ୍ରସ୍ତୁତ ହୋଇଥିଲା ମର୍ଡର ପ୍ଲଟ। ବାପ ଘରକୁ ଆସି ସୋନମ ରଚିଥିଲେ ଷଡଯନ୍ତ୍ର। ଏନେଇ ସୂଚନା ଦେଇଛି ପୋଲିସ। 

ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ସୋନମଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ପୋଲିସ । ଉତ୍ତରପ୍ରଦେଶ ଗାଜିପୁରରୁ ବିହାର ଓ ପରେ କୋଲକାତା ଦେଇ ଗୌହାଟି-ସିଲଂକୁ ନିଆଯାଇଛି। ସିଲଂ ପୋଲିସ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରେ ଜଣାପଡିଛି ଯେ, ଏହି ହତ୍ୟାକାଣ୍ଡରେ ସୋନମଙ୍କ ଭୂମିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପୋଲିସ କହିଛି ଯେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। କୁହାଯାଉଛି ଯେ ଏହି ଷଡ଼ଯନ୍ତ୍ର କରିବା ପାଇଁ ୩ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ସିଲଂ ଡକାଯାଇଥିଲା। ପୋଲିସ ଏହି ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏବଂ ସେମାନଙ୍କୁ ପଚରାଉଚରା ବେଳେ ଷଡ଼ଯନ୍ତ୍ରର ଅନେକ ତଥ୍ୟ ହାସଲ କରିଛି । 

ସିଲଂ ପୋଲିସର କହିବା ଅନୁସାରେ, ପ୍ରେମିକ ରାଜ କୁଶୱାହା ସିଲଂ ଯାଇ ନଥିଲେ। ସୋନମଙ୍କୁ ଫୋନ୍ ମାଧ୍ୟମରେ ପ୍ରତିଟି ଅପଡେଟ ଦେଉଥିଲେ ରାଜ୍। ରାଜ୍ କୁଶଓ୍ବା ସୋନମଙ୍କ ସହିତ ଯୋଗାଯୋଗରେ ରହିବା ସହ ଫୋନ୍ କଲ୍ ଓ ଚାଟ୍ ମାଧ୍ୟମରେ ହତ୍ୟାର ପ୍ରତିଟି ଦିଗକୁ ନିୟନ୍ତ୍ରଣ କରୁଥିଲା। ରାଜଙ୍କ ନିର୍ଦ୍ଦେଶ ଅନୁସାରେ କଣ୍ଟ୍ରାକ୍ଟ କିଲରଙ୍କୁ ଭେଟିଥିଲେ, ସ୍ଥାନ ସ୍ଥିର କରିବା ସହ ସମୟ ବାଛିଥିଲେ।  ଜୁନ୍‌ ୨ ତାରିଖରେ ମେଘାଳୟ ପୋଲିସ୍ ଘାଟିରେ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହା ସହ ଧାରୁଆ ଅସ୍ତ୍ର ଦ୍ୱାରା ବ୍ୟବହୃତ କିଛି ସାମଗ୍ରୀ ଯଥା-ସ୍ମାର୍ଟଓ୍ବାଚ୍‌, ରେନ୍‌କୋଟ୍‌, ଧଳା ଶାର୍ଟ, ଫୋନ୍‌ ଜବତ କରିଥିଲା।

ପୋଲିସ ତଦନ୍ତରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ରାଜା ରଘୁବଂଶୀଙ୍କୁ କେବେ ହତ୍ୟା କରାଯିବ, କେଉଁଠି, କରାଯିବ ତାହା ସ୍ଥିର ହୋଇଥିଲା। ଷଡ଼ଯନ୍ତ୍ର ପ୍ରକୃତରେ କେଉଁଠାରୁ ଆରମ୍ଭ ହୋଇଥିଲା। ତାର ଟିକିନିଖି ଦିଗକୁ ତଦନ୍ତ କରୁଛି ପୋଲିସ। ଅନ୍ୟପଟେ କୋର୍ଟରେ ହାଜର ପରେ ଆକାଶ, ବିଶାଲ ଓ ରାଜଙ୍କୁ ୭ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.