ରାସ୍ତା ପାର୍ ବେଳେ ଧକ୍କା ଦେଲା ଗାଡ଼ି, ମାଆ ଆଗରେ ଚାଲିଗଲା ପୁଅର ଜୀବନ

Published By : Prameya-News7 Bureau | June 12, 2025 IST

ଯାଜପୁର ୧୨।୦୬ : ଭୟଙ୍କର ସଡ଼କ ଦୁର୍ଘଟଣା । ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମାଆଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ସଦର ଥାନା କୁଝାଲା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ସଦର ଥାନା କୁଝାଲା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଗାଡ଼ି । ଏହି ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ପୁଅ ଓ ମାଆ ଗୁରୁତର ହୋଇଛନ୍ତି । ଏହାପରେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ବାକି ମାଆଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ତଦନ୍ତ କରୁଛି । ଏହାସହ ଡ୍ରାଇଭରକୁ ଅଟକ ମଧ୍ୟ ରଖିଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.