ଭୁବନେଶ୍ୱର ୩୦।୦୭ : ପ୍ରକୃତ ଚାଷୀ ପଞ୍ଜୀକରଣ କରନ୍ତୁ । ଧାନବିକି ଟଙ୍କା ପାଆନ୍ତୁ । ସ୍ୟାଟେଲାଇଟ୍ ଦ୍ୱାରା ଯଦି କିଛି ଭୁଲ୍ ହୋଇଥିବ, ତେବେ ତାର ତର୍ଜମା କରାଯିବ । ପଞ୍ଜିକରଣକୁ ଅତି ସରଳ କରାଯାଇଛି । ଲଗାତର ଭାବେ ଡ୍ୟୁପ୍ଲିକେଟ୍ ଚାଷୀଙ୍କ ଉପରେ ରଖାଯାଇଛି । ୧୮ ରୁ ୨୦ ଦିନ ହେବ ବର୍ଷା ହେଉଛି । ଯାହାଫଳରେ ଗମନାଗମନରେ ଅସୁବିଧା ହେଉଛି । ତଥାପି ଅଧିକାଂଶ ଜିଲ୍ଲାରେ ଠିକ୍ ସମୟ ବିହନ ଓ ସାର ପହଞ୍ଚି ସାରିଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।
ସେପଟେ ଚାଷୀ ପଞ୍ଜିକରଣ ସମସ୍ୟା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ବିଜେଡ଼ି । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ୮୦୦ ଟଙ୍କା ବୋନସ ସବୁ ଚାଷୀଙ୍କୁ ଦେଇପାରିବେ ନାହିଁ । ସେଥିପାଇଁ ପଞ୍ଜୀକରଣରେ ପଞ୍ଜୀକରଣରେ କଟକଣା ଲାଗୁ କରିଛନ୍ତି । ସ୍ୟାଟେଲାଇଟ୍ ସର୍ଭେରେ ଭୁଲ ରିପୋର୍ଟ ଆସୁଛି । ଅଭିଯୋଗ ଆସିଲେ ବି ଶୁଣୁନାହାନ୍ତି ଏବଂ ଧାନ କିଣୁ ନାହାନ୍ତି ସରକାର ।
ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ୮୦୦ ଟଙ୍କା ବୋନସ ସରକାର ଦେଇପାରିବେନି । ଧାନ କିଣି ପାରିବେନି, କେନ୍ଦ୍ର ଥିବା ବଡ଼ ଇଞ୍ଜିନ ଚାଉଳ ନେବ ନାହିଁ । ସେଥିଲାଗି ପଞ୍ଜୀକରଣ ପାଇଁ ବିଭିନ୍ନ କଟକଣା କରିଛନ୍ତି ସରକାର ।