ଫସିଗଲା ଆମେରିକା : ଇରାନ ସପକ୍ଷରେ ବାହାରିଲେ ଋଷ ଏବଂ ଚାଇନା

NEWS7
some-youth-of-nilagiri-join-bjd

ମସ୍କୋ, ୦୧ /୦୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ପରସ୍ପର ଉପରକୁ ମିସାଇଲ ମାଡ଼ କରୁଛନ୍ତି । ଆମେରିକା ମଧ୍ୟ ଇରାନ ଉପରେ ମିସାଇଲ ଏବଂ ଡ୍ରୋନ୍ ଆଟାକ୍ କରୁଛି । ଏହା ଭିତରେ ଇରାନ ସପକ୍ଷରେ ବାହାରିଛନ୍ତି ଚାଇନା ଏବଂ ଋଷିଆ । ଆମେରିକା ବିରୋଧୀ ଦୁଇ ଦେଶ ଜାତିସଙ୍ଘରେ ତେହରାନ ସପକ୍ଷରେ ବାହାରିବା ସହ ଜରୁରୀ ବୈଠକ ପାଇଁ ଅନୁରୋଧ କରିଛନ୍ତି ।

ଚାଇନାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଇରାନ ବିରୋଧରେ ଯେଉଁ ଆକ୍ରମଣ ହୋଇଛି ଚୀନ୍ ଏହାର ନିନ୍ଦା କରୁଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଇରାନର ସାର୍ବଭୈମତ୍ୱକୁ ସମ୍ମାନ ଦେବା ଜରୁରୀ । ତୁରନ୍ତ ଯୁଦ୍ଧ ବନ୍ଦ ହେବା ଦରକାର । ଶାନ୍ତି ଫେରିବା ଦରକାର । ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ଡ୍ରାଗନ୍ କହିଛି ।

ସେହିପରି ଋଷ ଆମେରିକା-ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛି । ଆମେରିକା ଅନ୍ତର୍ଜାତୀୟ ନିୟମକୁ ଭଙ୍ଗ କରିଛି । ଇରାନରେ ଥିବା ନିଜର ଦୂତାବାସ ଖାଲି କରିବାକୁ ମଧ୍ୟ ମସ୍କୋ ନିର୍ଦ୍ଦେଶ ଦେଇଛି । ୟୁଏସ ଏବଂ ଇସ୍ରାଏଲର ଏହି ଆକ୍ରମଣକୁ ଋଷ ବୈଦେଶିକ ମନ୍ତ୍ରୀ ଯୋଜନାବଦ୍ଧ ଷଡଯନ୍ତ୍ର କହିଛନ୍ତି । ଜାତିସଙ୍ଘର ଏକ ସ୍ୱାଧିନ ଦେଶ ଉପରେ ଏଫରି ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଏହି ଖବରଟି ପଢନ୍ତୁ... କାହିଁକି ପତ୍ନୀ ଓ ୩ ପିଲାଙ୍କୁ ନିର୍ମମ ହତ୍ୟା କରିଥିଲା ମୁଞ୍ଚୁନ, ଧରାପଡିବା ପରେ କଲା ଖୁଲାସା

ଆହୁରି ମଧ୍ୟ ଋଷ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଗତ କିଛି ଦିନ ହେବ ଇରାନ ଆଖପାଖ ଅଞ୍ଚଳରେ ଆମେରିକା ନିଜର ସୈନ୍ୟ ମୁତୟନ କରିଥିଲା । ତେଣୁ ଯୁଦ୍ଧ ପାଇଁ ପୂର୍ବରୁ ଯୋଜନା ରହିଥିଲା । ଆମେରିକା ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଙ୍ଘନ କରୁଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏପରି ଆକ୍ରମଣ ନିନ୍ଦନୀୟ ବୋଲି ଋଷିଆ କହିଛି ।