ବ୍ରହ୍ମପୁର ୦୧।୧୨ : ମଞ୍ଚରେ ସାପ ଖେଳ। ଗଞ୍ଜାମ ହିଞ୍ଜିଳି ବ୍ଲକ ରାଳବ ଗାଁରେ ବିପଦଜନକ ସାପ ଖେଳ ଦେଖିବାକୁ ମିଳିଛି। ଦୁଇ କଳାକାର ଓ ସାପ ଯୋଗାଇ ଦେଇଥିବା ଲୋକଙ୍କୁ ତୁରନ୍ତ ଗିରଫ କରି କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଗତ ନଭେମ୍ବର ୨୪ରେ କାଞ୍ଜି ଅଁଳା ପୂଜା ଉପଲକ୍ଷେ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ଖଲ୍ଲିକୋଟ ଅଞ୍ଚଳର ଏକ ନାଟ୍ୟ ସଂସଦ ତରଫରୁ ମଧ୍ୟ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଦୁଇ କଳାକାର ନାଗ ସାପ ଧରିବା ସହ ବିପଦଜନକ ଭାବେ ସାପ ଖେଳ ପ୍ରଦର୍ଶନ କରିଥିଲେ। ଯାହାକି ଜାତୀୟ ବନ୍ୟ ପ୍ରାଣୀ ଆଇନ ୧୯୭୨ର ଖୋଲା ଖୋଲି ଉଲଂଘନ ହୋଇଥିବା ନେଇ ପଶୁ ପ୍ରେମୀ ତଥା ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର ପାତ୍ର ଏକ୍ସ ମାଧ୍ୟମରେ ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଦୁଇ କଳାକାର ଓ ସାପ ଯୋଗାଇ ଦେଇଥିବା ଲୋକଙ୍କୁ ତୁରନ୍ତ ଗିରଫ କରି କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି।