ହୁତୁ ହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗୋଟିଏରୁ ଆଉ ଗୋଟିଏକୁ ନିଆଁ ବ୍ୟାପୁଛି

NEWS7
snake-love-story-in-bhadrak-on-rose-day

ଉଦଳା ୪।୩: ହୁତୁ ହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ । ନିଆଁ ଧୀରେ ଧୀରେ ପୂରା ଜଙ୍ଗଲକୁ ବ୍ୟାପିବାରେ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । କପ୍ତିପଦା ବନାଞ୍ଚଳ କଟୁରିଆ, ସାଣଦେଇ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅନେକ ବଡ଼ ବଡ଼ ବୃକ୍ଷ ଜଳି ଯାଉଥିବା ବେଳେ ବହୁ ଔଷଧୀୟ ଗୁଳ୍ମଲତା ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।

ଏ ଖବର ବି ପଢ଼ନ୍ତୁ:-ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୩ ବର୍ଷର ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ତେବେ ନିଆଁ ଜଙ୍ଗଲରେ ବ୍ୟାପିବାରେ ଲାଗିଥିବା ବେଳେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜଙ୍ଗଲ ତଳେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପିବାରେ ଲାଗିଛି । ପ୍ରଥମେ ଏହା ସାଣଦେଇ ଜଙ୍ଗଲରେ ଲାଗିଥିବା ବେଳେ ତାହା ବ୍ୟାପି କଟୁରିଆ ଜଙ୍ଗଲକୁ ବ୍ୟାପିଛି । ନିଆଁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ନିଆଁରେ ସାଗୁଆନ ଭଳି ଅନେକ ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି ।