ଗୋପାଳପୁର ଗଣଦୁଷ୍କର୍ମ ଘଟଣା; ଗୁରୁବାର ସରିଛି କ୍ରାଇମବ୍ରାଞ୍ଚର ଦୁଇ ଦିନିଆ ରିମାଣ୍ଡ ଅବଧି

Published By : Prameya-News7 Bureau | June 26, 2025 IST

ବ୍ରହ୍ମପୁର :   ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ  କ୍ରାଇମବ୍ରାଞ୍ଚର ଦୁଇ ଦିନିଆ ରିମାଣ୍ଡ ଅବଧି ଗୁରୁବାର ସରିଛି। ଗିରଫ 6 ଅଭିଯୁକ୍ତଙ୍କୁ ଦୁଇ ଦିନ ଧରି ଗୋପାଳପୁର ଥାନାରେ ରଖି ତଦନ୍ତ ଚଳାଇଥିଲେ। ପରେ ଗୋପାଳପୁର ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ  ବ୍ରହ୍ମପୁର କୋର୍ଟରେ ହାଜର କରାଇ ମଣ୍ଡଳ କାରାଗାରକୁ ପଠାଇଛି କ୍ରାଇମବ୍ରାଞ୍ଚ। ସେଠାରେ କ୍ରାଇମବ୍ରାଞ୍ଚ ଆଇ ଜି ଏସ ସୈନିଙ୍କ ସହ ତଦନ୍ତକାରି ଅଧିକାରୀ ମିଶି ପଚରାଉଚୁରା କରିଥିଲେ। ଘଟଣା କ୍ରମ ବିଷୟରେ ସମସ୍ତ ତଥ୍ୟ ପ୍ରମାଣ ମେଳ ଖାଉଛି ନା ନାହିଁ ସେଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଆଗକୁ ଏହି ସବୁ ତଥ୍ୟକୁ ମିଶାଇ କୋର୍ଟରେ ଚାର୍ଜ ସିଟ ଦାଖଲ କରିବ କ୍ରାଇମ୍ ବ୍ରାଞ୍ଚ। ଜୁଲାଇ 15 ତାରିଖ ସୁଦ୍ଧା ଚାର୍ଜସିଟ୍ ଦେଇପାରେ କ୍ରାଇମ୍ ବ୍ରାଞ୍ଚ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୫ ତାରିଖ ରାତିରେ ଗୋପାଳପୁର ବେଳାଭୂମିରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଯୁବତୀ ନିଜ ପୁରୁଷବନ୍ଧୁଙ୍କ ସହ ବେଳାଭୂମି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ବେଳେ ଆଉ ୭ ଜଣ ସେମାନଙ୍କୁ ସାହାଯ୍ୟ କରିଥିଲେ। ଏହି ନିନ୍ଦନୀୟ ଘଟଣାରେ ବ୍ରହ୍ମପୁର ଏସ୍.ପି ସର୍ବଣା ବିବେକ ଏମ୍‌ଙ୍କ ନେତୃତ୍ୱରେ ଗୋପାଳପୁର ପୋଲିସ ଟିମ୍ ଘଟଣାର ୨୪ ଘଣ୍ଟା ସମୟ ମଧ୍ୟରେ ସମସ୍ତ ୧୦ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ସେଥିମଧ୍ୟରୁ ୪ ଜଣ ନାବାଳକ ରହିଥିବା ଯୋଗୁଁ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.