ପୋଲ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ

NEWS7
sishu-bhawan-new-bulding-innaguration

ବଡ଼ବିଲ ୨୫।୧୨: ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ଜଣେ ଟ୍ରକ୍ ଡ୍ରାଇଭର ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ନିକଟରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପକେଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସ ଅନୁସାରେ ତାଙ୍କ ନାଁ ଇନ୍ଦ୍ରଦେବ ଯାଦବ । ତାଙ୍କ ନିଜ ଘର ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ।

ପ୍ରଥମେ ସ୍ଥାନୀୟ ଲୋକେ ପୋଲ ନିକଟ ପଡ଼ିଆ ନିକଟରେ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହଟି ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ଲୋକେ । ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ମୃତ ଶରୀରରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତାଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ଅଛି ସେନେଇ ପୋଲିସ ଛାନଭିନ ଚଳାଇଛି । ମୃତକଙ୍କ ପରିବାର ସହ ଯୋଗାଯୋଗ ପାଇଁ ମଧ୍ୟ ପୋଲିସ ଚେଷ୍ଟା ଚଳାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।