ରାଜ୍ୟସଭା ଭୋଟ ୨୦୨୬:ବିଧାୟକ ଡେଇଁବେ କି ଲକ୍ଷ୍ମଣରେଖା? କ୍ରସ ଭୋଟିଂ ଭୟ ବଢିଲା

NEWS7
sidhus-wife-friday-tweeted-a-heartfelt-message

ଭୁବନେଶ୍ୱର ୧୪/୦୩: ଦିନକ ପରେ ରାଜ୍ୟସଭା ଭୋଟ । ନେତାଙ୍କ ଛାତି ଧଡଧଡ । ଘାରିଲାଣି କ୍ରସ ଭୋଟିଂ ଭୟ । ନବୀନ ନିବାସରେ ବସିଥିଲା ବିଜେଡି ବିଧାୟକଙ୍କ ପାଇଁ ପାଠଶାଳା । ରାଜ୍ୟସଭା ମତଦାନ ପ୍ରକ୍ରିୟା ନେଇ ପାଠଶାଳାର ଥିଲା ପ୍ରଥମ ଦିନ । ପ୍ରଥମ ଦିନ ତାଲିମକୁ ୪୨ ଜଣ ଆସିଥିବାବେଳେ ଆସିଲେନି ୬ ବିଧାୟକ । ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଦଳରେ କ୍ରସ ଭୋଟିଂ ଡର ଆହୁରି ବଢ଼ିଛି ।

ସେପଟେ ୧୬ରେ ସବୁ ବିଧାୟକ ବିଧାନସଭା ଆସିବାକୁ ବିଜେପିର ଦ୍ବିପ୍ ପାରାଦୀପର ତାରକା ହୋଟେଲ ଗଲେ ବିଜେପି ବିଧାୟକ । ରାଜ୍ୟସଭାର ୪ ଆସନ ପାଇଁ ହେବ ମତଦାନ । ସବୁ ଦଳ, ୫ ପ୍ରାର୍ଥୀ ପୂରା ଦମ୍ ଲଗାଇ ଲାଗି ପଡ଼ିଛନ୍ତି । ବିଶେଷ କରି ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ଘଡ଼ିକେ ଏଠି ଘୋଡ଼ା ଛୁଟୁଛି ।

ବିରୋଧୀ ଦଳ ଶିବିରରେ କେବଳ ଗୋଟିଏ ଆଶଙ୍କା- ଘୋଡ଼ା ବେପାର, କ୍ରସ ଭୋଟିଂ। ଅପରପକ୍ଷରେ ୩ଟି ଯାକ ଆସନରେ ଜିତାପଟ ପାଇଁ ବିଜେପି ରଣନୀତି ଚଳାଇଛି। ଦଳର ବରିଷ୍ଠ ନେତୃମଣ୍ଡଳୀ ଘନଘନ ବୈଠକ କରୁଥିବା ସୂଚନା ମିଳିଛି। ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଠଶାଳାର ପ୍ରଥମ ଦିନରେ ଆସିଲେନି ୬ ବିଧାୟକ ।

ଦଳୀୟ ସୂତ୍ର କହୁଛି, ବିଧାୟକ ସୌଭିକ ବିଶ୍ବାଳ, ନବ ମଲ୍ଲିକ, ସୁଦର୍ଶନ ହରିପାଲ, ବରିଷ୍ଠ ଶାରଦା ନାୟକ, ମନୋହର ରାନ୍ଧାରୀ ଓ ଚକ୍ରମଣି କହଁର ଅନୁପସ୍ଥିତ ଥିଲେ । ସୌଭିକଙ୍କୁ ନେଇ ପ୍ରଥମରୁ ଦଳ ସନ୍ଦେହରେ । ବାକି ୫ଜଣଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳ ପକ୍ଷରୁ କୁହାଯାଉଛି, ମନୋହରଙ୍କୁ ଜ୍ଵର ଓ ଶାରଦା ବାଟରେ ଅଛନ୍ତି। ଶନିବାର ସମସ୍ତେ ଆସିବେ ।

ବିଜେପି ନେତା ରବୀନ୍ଦ୍ର ଜେନାଙ୍କ ପତ୍ନୀ ବସ୍ତା ବିଧାୟିକା ସୁବାସିନୀ ବି ନବୀନ ନିବାସ ପହଞ୍ଚିଥିଲେ । କଂଗ୍ରେସ ବି ଟେନସନରେ। ଦଳର ୮ ବିଧାୟକ ବାଙ୍ଗାଲୋର ରିସୋର୍ଟରେ ଡେରା ପକାଇଛନ୍ତି। ବିଧାୟକମାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ କର୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ହେପାଜତରେ ରଖିଛନ୍ତି। ହେଲେ ଦଳର ୬ ବିଧାୟକ କର୍ଣ୍ଣାଟକ ଯାଇନାହାନ୍ତି ।

ଭକ୍ତଙ୍କ ସହ ବିଧାୟକ ସିଏସ ରାଜନ ଏକ୍କା, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁତ୍ତା, କ୍ରୀଡାକା ଆପାଲା ସ୍ଵାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ କର୍ଣ୍ଣାଟକରେ ଅଛନ୍ତି। କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିବା କର୍ଣ୍ଣାଟକର ପ୍ରଭାବଶାଳୀ ନେତା ଶିବ କୁମାର ଏବେ ଓଡ଼ିଶା ବିଧାୟକଙ୍କ ସୁରକ୍ଷା ଦାୟିତ୍ଵ ନେଇଛନ୍ତି।

also read...

ରାଜ୍ୟସଭା ନିର୍ବାଚନ ପାଇଁ ହ୍ବିପ୍ ଜାରି କଲା ବିଜେପି, ନିର୍ବାଚନ ଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ