Live Live
LIVE

ରାଜ୍ୟସଭା ରେସ୍‌ରେ ରହିଲେ ୫ ପ୍ରାର୍ଥୀ, ତେଲେଙ୍ଗାନା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ

NEWS7
sidhi-road-accident-7-dead-14-injured-as-car-hits-truck

ଭୁବନେଶ୍ବର ୬।୩: ରାଜ୍ୟସଭା ନିର୍ବାଚନ ପାଇଁ ୬ ଜଣ ନାମାଙ୍କନ ଭରିଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି । ତେବେ ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୫ ଜଣ ପ୍ରାର୍ଥୀ ଯଥା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ କମନ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଏବଂ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ୍ କୁମାର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିପତ୍ର କାଏମ ରହିଲା । ସେପଟେ ତେଲେଙ୍ଗାନାରୁ ନାମାଙ୍କନ ଭରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । କେହି ପ୍ରସ୍ତାବକ ନଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।