ISSରେ ପହଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାନ , ରାକେଶ ଶର୍ମାଙ୍କ ପରେ ସ୍ପେସ୍‌ରେ ଭାରତର ଦ୍ୱିତୀୟ ପୁଅ

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ – ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଭାରତୀୟ ବାୟୁ ସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ଗୁରୁବାର ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ସଫଳତାପୂର୍ବକ ପାଦ ରଖିଛନ୍ତି ଏବଂ ଏମତି କରିବାରେ ଭାରତର ଦ୍ୱିତୀୟ ବ୍ୟକ୍ତି ଓ ପ୍ରଥମ ଭାରତୀୟ ହୋଇ ପାରିଛନ୍ତି , ଯିଏକି ଆଇଏସଏସ୍‌ ଯାଏ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ୧୯୮୪ରେ ରାକେଶ ଶର୍ମା ସୋଭିଏତ ସଂଘର ସଲ୍ୟୁତ-୭ ସ୍ପେସ୍‌ ଷ୍ଟେସନରେ ୮ଦିନ ରହି ଥିଲେ।

ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁଙ୍କ ବ୍ୟତୀତ ପୋଲାଣ୍ଡ ଓ ହଙ୍ଗେଲୀର ମହାକାଶ ଯାତ୍ରୀମାନେ ମଧ୍ୟ ୪୦ ବର୍ଷରୁ ମଧ୍ୟ ଅଧିକ ସମୟ ପରେ ଏକ ନୂଆ ଇତିହାସ ରଚି ଆଇଏସଏସରେ ପ୍ରବେଶ କରିଛନ୍ତି। ଏହି ଯାତ୍ରୀ ଆମେରିକାର ପ୍ରାଇଭେଟ୍‌ ମହାକାଶ କମ୍ପାନୀ ସ୍ପେସ୍‌ଏକ୍ସ ଦ୍ୱାରା ପରିଚାଳିତ ଏକ ଚାର୍ଟର୍ଡ ମିଶନ ଅନୁସାରେ ହୋଇଛି। 

୨୮ ଘଣ୍ଟାର ଉଡ଼ାଣ ପରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କର ଟିମ୍‌ର ଆଇଏସଏସ୍‌ରେ ଖୁବ୍‌ ଉତ୍ସାହର ସହ ସ୍ୱାଗତ କରାଯାଇଛି। ଆଇଏସଏସରେ ତାଙ୍କର ୱେଲକମ୍ ଏହି ସମୟରେ ରହିଥିବା ୭ଜଣ ମହାକାଶ ଯାତ୍ରୀ କରିଛନ୍ତି। ଏଥିରେ ୩ଜଣ ନାସାରୁ , ଜଣେ ଜାପାନରୁ ଏବଂ ଆଉ ତିନି ଜଣ ରୁଷୀୟ ମହାକାଶ ଯାତ୍ରୀ ଅଛନ୍ତି। 

୩୯ ବର୍ଷିୟ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବାରେ ଦ୍ୱିତୀୟ ଭାରତୀୟ ହୋଇ ପାରିଛନ୍ତି। ଏହା ପୂର୍ବରୁ ୧୯୮୪ରେ ରାକେଶ ଶର୍ମା ସୋଭିଏତ ସଂଘର ସଲ୍ୟୁତ୍‌-୭ ସ୍ପେସ୍‌ ଷ୍ଟେସମରେ ୮ଦିନ ରହିଥିଲେ। 

ଆଇଏସଏସରେ ପହଞ୍ଚିବା ପୂର୍ବରୁ ଶୁଭାଂଶୁ ମହାକାଶରୁ ଏକ ମେସେଜ୍ ପଠାଇ ଥିଲେ। ସେ ମାଇକ୍ରୋଗ୍ରାଭିଟିରେ ନିଜକୁ ଖାପ ଖୁଆଇବା ପାଇଁ “ ଏକ ଶିଶୁ ପରି ପୁଣି ଥରେ ବଞ୍ଚିବା ଶିଖିବା ” ଭଳି କହିଥିଲେ ଏବଂ ମହାକାଶରେ ପହଁରିବାର ଅନୁଭବ ଅଦ୍ଭୁତ ବୋଲି ବର୍ଣ୍ଣନା କରିଥିଲେ।

ଏହି ମିଶନର କମାଣ୍ଡ ପେଗି ହ୍ୱିଟସନଙ୍କ ହାତରେ ରହିଛି। ସେ ନାସାର ପୂର୍ବତନ ମହାକାଶ ଯାତ୍ରୀ ଏବଂ ଏବେ Axion Space ରେ ମାନବ ମହାକାଶ ଉଡ଼ାଣର ନିର୍ଦ୍ଦେଶକ। ଅନ୍ତ ସଦସ୍ୟଙ୍କ ମଧ୍ୟରେ ଶୁଭାଂଶୁ ଶୁକ୍ଳା (ଭାରତ) , ସ୍ଲାଭୋଶ ଉଜନାନସ୍କି-ୱିଶନେସ୍କ୍ୱି (ପୋଲାଣ୍ଡ) ଓ ତିବୋର କାପୁ (ହଙ୍ଗେରୀ ) ସାମିଲ ଅଛନ୍ତି।

ତିନୋଟି ଦେଶ ଭାରତ , ପୋଲାଣ୍ଡ ଓ ହଙ୍ଗେରୀ ପାଇଁ ଏହି ଚାରି ଦଶକ ପରେ ପ୍ରଥମ ମାନବ ମହାକାଶ ଯାତ୍ରା ଏବଂ ଆଇଏସଏସକୁ  ସେମାନଙ୍କର ପ୍ରଥମ ମିଶନ । 

 

 

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.