ଫସିଗଲେ ଅସୀମ୍ ମୁନିର୍, ତିନି ଆଡ଼ୁ ଘେରିଗଲେ ଭାରତ-ଆଫଗାନିସ୍ତାନ-ବାଲୋଚ୍ ଆର୍ମୀ

NEWS7
shri-jagannath-has-60k-acre-land

ଲାହୋର, ୨୭ /୦୨:ଚିନ୍ତାରେ ପାକିସ୍ତାନ ସେନା ମୁଖ୍ୟ ଅସୀମ୍ ମୁନିର୍ । ବଢୁଛି ଗୋଟିଏ ପରେ ଗୋଟିଏ ଅଡୁଆ । ଘୋଟି ଆସିଛି ସଙ୍କଟ । ଭାରତ ସହ ପୁରୁଣା ଶତ୍ରୁତା, ବାଲୋଚିସ୍ତାନର ଘାତକ ଆକ୍ରମଣ ଏବଂ ଏବେ ତାଲିବାନ ସହ ଯୁଦ୍ଧ ପାଲଟିଛି ଟେନସନ୍ । କିପରି ଏସବୁର ମୁକାବିଲା କରିବେ ତାହା ମୁନିର୍ ଜାଣିପାରୁ ନାହାଁନ୍ତି । ଅର୍ଥାତ ତିନି ଆଡୁ ତାଙ୍କୁ ଘେରିସାରିଲେଣି ସମସ୍ତେ ।

ଭାରତ ସହ ଶତ୍ରୁତା

ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରି ଆସୁଛି ଭାରତ । କିନ୍ତୁ ପାକ୍ ସରକାର ଭାରତକୁ ଅଶାନ୍ତ କରୁଛନ୍ତି । ଆତଙ୍କବାଦୀ ପଠାଇ କାଶ୍ମୀରରେ ଆକ୍ରମଣ କରୁଛନ୍ତି । ଯାହାର ଜବାବ ଦେଉଛି ଭାରତ । ଗତବର୍ଷ ପହଲଗାମ୍ ଆକ୍ରମଣ ହୋଇଥିଲା । ଭାରତୀୟ ସେନା ମୁହଁତୋଡ ଜବାବ ଦେଇଥିଲା । ଯେଉଁଥିରେ ପାକିସ୍ତାନ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହୋଇଛି ।୨୦୨୬ରେ ବି ଦୁଇ ଦେଶର ସୀମାରେ ଅନେକ ସମୟରେ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରାଯାଉଛି । ଭାରତ ବାଲୋଚିସ୍ତାନର ବିଦ୍ରୋହୀଙ୍କୁ ସମର୍ଥନ କରୁଥିବା ନେଇ ପାକ୍ ତରଫରୁ ମିଛ ଅଭିଯୋଗ କରାଯାଉଛି ।

ବାଲୋଚିସ୍ତାନ ବଡ ସଙ୍କଟ

ନିଜ ଦେଶରେ ପାକିସ୍ତାନ ପାଇଁ ଚିନ୍ତା ବଢାଇଛି ବାଲୋଚିସ୍ତାନ ପ୍ରାନ୍ତ । ବାଲୋଚ୍ ମାନେ ସ୍ୱତନ୍ତ୍ରଦେଶଦାବି କରୁଛନ୍ତି । ଅନେକ ସମୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି । ଗତବର୍ଷ ସେମାନେ ଏକ ଟ୍ରେନ୍ ଅପହରଣ କରିନେଇଥିଲେ । ଏଥିରେ ଥିବା ଶତାଧିକ ପାକ୍ ସୈନ୍ୟଏବଂ ନାଗରିକଙ୍କୁ ସେମାନେ ହତ୍ୟା କରିଥିଲେ । କିଛି ଦିନ ତଳେ ସେନାର କିଛିହେଡକ୍ୱାର୍ଟରରେ ବାଲୋଚ୍ ଯୋଦ୍ଧା ବିସ୍ପୋରଣ କରିଥିଲେ । ଯାହା ଅସୀମ୍ ମୁନିରଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍ ।

ତାଲିବାନ ସହ ଯୁଦ୍ଧ

କିଛି ମାସ ହେଲା ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଚିଛି । ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ଏବେ ଆଫଗାନିସ୍ତାନ ବିରୋଧରେ ଓପନ୍ ଓ୍ୱାର୍ ଘୋଷଣା କରିଛି ପାକିସ୍ତାନ । କାବୁଲର ବିଭିନ୍ନ ଜାଗାରେ ଏୟାର ଷ୍ଟ୍ରାଇକ୍ କରାଯାଇଛି । ତାଲିବାନ ମଧ୍ୟ ପ୍ରତିଶୋଧ ନେଇ ଅନେକ ପାକ୍ ସୈନ୍ୟ ପୋଷ୍ଟ୍ କବଜା କରିଛି । ଏଥିରେ୧୩୦ରୁ ଅଧିକ ପ୍ରାଣ ହରାଇଲେଣି ।

ପାକିସ୍ତାନର ମିଛ ଅଭିଯୋଗ

ପାକିସ୍ତାନ ବାରମ୍ବାର କହୁଛି ଯେ, ଭାରତ, ତାଲିବାନ ଏବଂ ବାଲୋଚ୍ ଲିବରେସନ ଆର୍ମୀ ହାତ ମିଶାଇଛନ୍ତି । ପାକିସ୍ତାନ ପାଇଁ ସଙ୍କଟ ସୃଷ୍ଟି କରୁଛନ୍ତି । କିନ୍ତୁ ବାସ୍ତବରେ ଭାରତର ଏସବୁ ପ୍ରସଙ୍ଗରେ କିଛି ହାତ ନାହିଁ । କିନ୍ତୁ ଆଫଗାନ୍ ଏବଂ ପାକିସ୍ତାନ ସରକାରର କିଛି ବିରୋଧୀନଓ୍ୱାଜ୍ ସରିଫ୍ସରକାରର ଦମନଲୀଳା ପ୍ରତିବାଦରେ ଆନ୍ଦୋଳନ କରିଥାନ୍ତି । ଯାହା ଗତ ଫେବ୍ରୁଆରୀ୨୬ରୁ ଭୀଷଣ ରୂପ ନେଇଛି ।