ଯୁଦ୍ଧ ଭୟ, ହୋଇପାରିଲା ନାହିଁ ଖାମେନିଙ୍କ ଅନ୍ତିମ ସଂସ୍କାର; ଘୋଷଣା ହୋଇପାରେ ଆଉ ଏକ ତାରିଖ

NEWS7
showcause-notice-to-official-for-serving-cold-tea-to-shivraj-chouhan

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ତେହେରାନରେ ଅନ୍ତିମ ସଂସ୍କାର ସ୍ଥଗିତ ରଖାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଖୁବ୍ ଶୀଘ୍ର ଏକ ନୂତନ ତାରିଖ ଘୋଷଣା କରାଯିବ। ଇରାନର ତସନିମ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଖାମେନିଙ୍କ ମରଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ଇରାନର ମାଶାଦ ସହରଠାରେ କବର ଦିଆଯିବ। ସେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣରେ ପ୍ରାଣ ହରାଇଥିଲେ। ବୁଧବାର ଦିନ ଇରାନୀ ଟେଲିଭିଜନ ରିପୋର୍ଟ କରିଥିଲା ଯେ, ସହିଦ ଇମାମଙ୍କ ଅନ୍ତିମ ସଂସ୍କାର ଉତ୍ସବକୁ ସ୍ଥଗିତ ରଖାଯାଇଛି ଏବଂ ପରେ ଏକ ନୂତନ ତାରିଖ ଘୋଷଣା କରାଯିବ। ଅନ୍ତିମ ସଂସ୍କାର ଆୟୋଜନ କରୁଥିବା ସଂଗଠନ ତେହେରାନର ଇସଲାମିକ୍ ବିକାଶ ସମନ୍ୱୟ ପରିଷଦର ମୁଖ୍ୟ ମୋହସେନ୍ ମହମୁଦ ଗଣମାଧ୍ୟମକୁ କହିଛନ୍ତି ଯେ, ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜରରରେ ରଖି ଅନ୍ତିମ ସଂସ୍କାର ସ୍ଥଗିତ ରଖାଯାଇଛି ।

ଅନ୍ତିମ ସଂସ୍କାର ଲାଗି ପ୍ରସ୍ତିତି ଚାଲିଛି ଏବଂ ଏଥିରେ ଯୋଗାଦେବାକୁ ଲକ୍ଷାଧିକ ଲୋକ ଆସିପାରନ୍ତି । ଫଳରେ ସେମାନଙ୍କ ଉପରେ ଆକ୍ରମଣର ଭୟ ରହିଛି । ୧୯୮୯ରେ ଆୟତୋଲ୍ଲା ଖୋମେନିଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୧ କୋଟି ଲୋକ ଯୋଗ ଦେଇଥିଲେ । ଇରାନର ଇସଲାମିକ୍ ପ୍ରଚାର ପରିଷଦର ମୁଖ୍ୟ ମହମୁଦ ପୂର୍ବରୁ କହିଥିଲେ ଯେ, ବିଦାୟ ସମାରୋହ ରାତି ୧୦ଟା ରେ ତେହେରାନର ଇମାମ୍ ଖୋମେନି ପ୍ରାର୍ଥନା ଗୃହରେ ଆରମ୍ଭ ହେବ ଏବଂ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହାର କିଛି ଘଣ୍ଟା ପରେ ଏହି ରିପୋର୍ଟ ଆସିଛି। ମହମୁଦ କହିଛନ୍ତି ଯେ, ପ୍ରାର୍ଥନା ଗୃହ ପରିଦର୍ଶକଙ୍କ ପାଇଁ ଖୋଲା ରହିବ ଏବଂ ପ୍ରିୟଜନମାନେ ବିଦାୟ ସମାରୋହରେ ଯୋଗ ଦେଇପାରିବେ।

ଖାମେନିଙ୍କ ଶନିବାର ଦିନ ୮୬ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସେ ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ଥିଲେ, ସେ ଶାହ-ପରବର୍ତ୍ତୀ ଇରାନର ପ୍ରତିଷ୍ଠାତା ଖୋମେନିଙ୍କ ପରେ ଶାସନ କରିଥିଲେ । ସର୍ବୋଚ୍ଚ ନେତାଙ୍କର ସରକାର, ସାମରିକ ବାହିନୀ ଏବଂ ନ୍ୟାୟପାଳିକା ଉପରେ ଆଧିପତ୍ୟ ଥାଏ ଏବଂ ସେ ଦେଶର ଆଧ୍ୟାତ୍ମିକ ନେତା ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ବୁଧବାର ସକାଳେ, ଅଧିକାରୀମାନେ କହିଥିଲେ ଯେ ଖାମେନିଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନ ମଶାଦରେ କବର ଦିଆଯିବା ପୂର୍ବରୁ ସେହି ସନ୍ଧ୍ୟାରେ ତେହେରାନରେ ଏକ ସ୍ମାରକୀ ସଭା ଅନୁଷ୍ଠିତ ହେବ। ମଙ୍ଗଳବାର ଇରାନ ଘୋଷଣା କରିଛି ଯେ, ଆକ୍ରମଣରେ ପ୍ରାଣ ହରାଇଥିବା ସର୍ବୋଚ୍ଚ ନେତା ସେୟଦ ଅଲି ଖାମେନିଙ୍କୁ ମଶାଦରେ କବର ଦିଆଯିବ। ରାଜଧାନୀ ତେହେରାନରେ ଖାମେନିଙ୍କ ପାଇଁ ଏକ ବିଶାଳ ସାର୍ବଜନୀନ ବିଦାୟ ସଭା ଅନୁଷ୍ଠିତ ହେବ।