ସ୍କୁଲରେ ମଧ୍ୟାହ୍ନ ଭୋଜନ ନଦେବା ପଡ଼ିଲା ମହଙ୍ଗା, ଜାରି ହେଲା କାରଣ ଦର୍ଶାଅ ନୋଟିସ୍

Published By : Prameya-News7 Bureau | August 23, 2025 IST

ବୌଦ୍ଧ ୨୩/୦୮: ସ୍କୁଲରେ ମଧ୍ୟାହ୍ନ ଭୋଜନ ନଦେବା ପଡ଼ିଲା ମହଙ୍ଗା । ଜିଲ୍ଲାର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି । ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ହରଭଙ୍ଗା ବ୍ଲକର ୩୩, ବୌଦ୍ଧ ବ୍ଲକ ୧୫ ଓ କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ନୋଟିସ ଜାରି। ସାତ ଦିନ ମଧ୍ୟରେ  SMC କମିଟି ଆଗରେ ୧୫ତାରିଖର ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନା ଥାଉକି, ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଡିଛି ମହଙ୍ଗା । ବୋୖଦ୍ଧ ଜିଲ୍ଲାରେ ଏକାବେଳେ ୫୬ଟି ବିଦ୍ୟାଳୟକୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ବୋୖଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି, ବୋୖଦ୍ଧ ବ୍ଲକ ର ୧୫ଟି ,କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ । 

ସାତ ଦିନ ମଧ୍ୟରେ  SMC କମିଟି ଆଗରେ ୧୫ତାରିଖର ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଏହି ସ୍କୁଲ କର୍ତ୍ତୃପକ୍ଷ ଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ଉତ୍ତର ରଖିବାକୁ ଚିଠି ରେ ଉଲ୍ଲେଖ ରହିଛି। 

ସୂଚନା ଅନୁଯାୟୀ ଓବଜରର୍ଭେଶନଡେରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଶିକ୍ଷାବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିବା ବେଳେ ଏଥିରେ ଖିଲାପ ହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEO ଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ । ସ୍ଵାଧୀନତା ଦିବସରେ ସ୍କୁଲରେ ରନ୍ଧା ହେବ ମଧ୍ୟାହ୍ନ ଭୋଜନ । 

ହେଲେ ଶିକ୍ଷା ବିଭାଗ ର ନିର୍ଦ୍ଦେଶନାମାକୁ ଫୁ କରି ବୌଦ୍ଧ ଜିଲ୍ଲାରେ ଅନେକ ସ୍କୁଲ ଦେଇନଥିଲେ ମଧ୍ୟାହ୍ନ ଭୋଜନ । ତେବେ ମଧ୍ୟାହ୍ନ ଭୋଜନ ଦେଇନଥିବା ରୁ ବୋୖଦ୍ଧ ଜିଲ୍ଲାର ୩ଟି ବ୍ଲକ ର ୫୬ ଟି ସ୍କୁଲକୁ ଜାରି ହୋଇଛି କାରଣ ଦର୍ଶାଓ ନୋଟିସ । ୭ଦିନ ମଧ୍ୟରେ ସ୍କୁଲ ଗୁଡିକ ଉତ୍ତର ରଖିବା ସହ SMC କମିଟି ଆଗରେ ୧୫ତାରିଖର ଖାଦ୍ୟ ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରିବା ସହ ଫୋଟୋ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୋୖଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.