ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବା ଘଟଣା : ଧର୍ମଶାଳା ମେଡିକାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

Published By : Prameya-News7 Bureau | July 30, 2025 IST

ଯାଜପୁର ୩୦।୭: ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବା ଘଟଣାରେ ସୋ’କଜ୍ ନୋଟିସ୍ । ଧର୍ମଶାଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । କଲେରା ପରିଚାଳନା ସମୟରେ ସେ ସଠିକ୍ ନିରୀକ୍ଷଣ କରିନଥିଲେ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ଯାଜପୁର ଗସ୍ତ ସମୟରେ ଅବହେଳା ନେଇ ଅନୁଭବ କରିଥିଲେ, ଯେଉଁଥି ପାଇଁ ଜନସ୍ୱାସ୍ଥ୍ୟ ସେବା ବିଗିଡ଼ିଥିଲା । 

ଗତ ୨୪ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଆଗାମୀ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି ।

You Can Read:

ଗଛ ଲଗାଇବା ଟାର୍ଗେଟ ପୁରା କଲେନି, ବନ୍ଦ ହେଲା ୧୧ ବିଇଓଙ୍କ ଦରମା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.