ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ, ବଦ୍ରିନାଥ-କେଦାରନାଥ ମନ୍ଦିରରେ ବି ବ୍ୟାନ ହୋଇପାରେ ଏଣ୍ଟ୍ରି

NEWS7
shooting-at-a-private-christian-school-in-nashville-tennessee

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରାଯାଇଛି । ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରରେ ସମାନ କଟକଣା ଲାଗୁ କରିବା ପାଇଁ ଏକ ପ୍ରସ୍ତାବ ଦିଆଯିବ । ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ନିଷେଧ କେବଳ ଗଙ୍ଗୋତ୍ରୀ ଧାମ ପାଇଁ ନୁହେଁ ବରଂ ମାଆ ଗଙ୍ଗାଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ପାଇଁ ମଧ୍ୟ ଲାଗୁ ହେବ। ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ସଭାପତି ସୁରେଶ ସେମୱାଲ କହିଛନ୍ତି, 'ଏହି ନିଷ୍ପତ୍ତି ଅନୁଯାୟୀ, ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନିଷେଧ ଦେବୀଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।'

ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ଆଗାମୀ ବୋର୍ଡ ବୈଠକରେ ଉଭୟ ମନ୍ଦିର ଏବଂ ମନ୍ଦିର କମିଟି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ଏକ ପ୍ରସ୍ତାବ ଉପସ୍ଥାପିତ ହେବ ।

ଏହା ସହିତ ଉତ୍ତରାଖଣ୍ଡ ସରକାର ହରିଦ୍ୱାରର ୧୨୦ ବର୍ଗ କିଲୋମିଟର ପରିବ୍ୟାପ୍ତ ୧୦୫ଟି ଘାଟରେ ଅଣହିନ୍ଦୁଙ୍କ ପ୍ରବେଶକୁ ପ୍ରତିବନ୍ଧିତ କରିବାକୁ ବିଚାର କରୁଛନ୍ତି । କିଛି ସନ୍ଥ ଏବଂ ଗଙ୍ଗା ସଭା (ପ୍ରମୁଖ ହର-କି-ପୌରୀ ଘାଟଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଦାୟୀ କର୍ତ୍ତୃପକ୍ଷ)ଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ହରିଦ୍ୱାର ଏବଂ ଋଷିକେଶ ଉଭୟକୁ "ସନାତନ ପବିତ୍ର ସ୍ଥାନ" ଭାବରେ ଘୋଷଣା କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।