ମାଲକାନଗିରି: କିଛି ମଣିଷ ଏବେ ଅମାନବିକତାର ଚରମ ସୀମାରେ। ଏକଥା କହିବାର ଅର୍ଥ ଭୁଲ୍ ଠିକ୍ ବିଚାର କରିବାର କ୍ଷମତା ହୁଏତ ତାଙ୍କ ଭିତରେ ହଜିଯାଇଛି। ସେମିତି କିଛି ମଣିଷ ଘଟାଉଛନ୍ତି ଅମାନବୀୟ କାଣ୍ଡ। ଆଉ ସେହିମାନଙ୍କ ପାଇଁ ସମାଜରେ ଜଣେ ଝିଅମାନେ ଅସୁରକ୍ଷିତ। ଯାହାର ଚିତ୍ର ମାଲକାନଗିରିରେ ବାରମ୍ବାର ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ନାବାଳିକା ଜଣଙ୍କ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲେ। ନାବାଳିକାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଶନିବାର ନବଜାତକର ମୃତ୍ୟୁର ଖବର ଆସିଛି। ଏଭଳି ଘଟଣା ପରେ ପୀଡିତା ନିଜ ପରିବାର ସହ ମୁଦୁଲିପଡା ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରାଯାଇଛି।
ବଡ଼ ଦୁଃଖର ବିଷୟରେ ଗୋଟିଏ ଘଟଣା ମନରୁ ଲିଭିନଥିବାବେଳେ ପୁଣି ଜଣେ ନାବାଳିକା ମାନବ ରୂପି ନରରାକ୍ଷସର ଶିକାର ହୋଇଛି। ଲିଫ୍ଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅର୍କେଲ ଥାନା ଅଞ୍ଚଳରେ ଘଟଣା ଘଟିଥିବାବେଳେ ପୀଡ଼ିତାଙ୍କ ସଂପର୍କୀୟଙ୍କ ଲିଖିତ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଏମିତି ଆଉ ଏକ ଘଟଣା ଘଟିଥିଲା ସୋମବାର ଦିନ। ନାବାଳିକା ଜଣଙ୍କ ସେଦିନ ସଂଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ଲାଗି ତାଙ୍କ ଘରକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ପରିବାର ଲୋକେ ଝିଅକୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା ।ଶେଷରେ ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରି ଶକ୍ତି ସଦନ ଗୃହରେ ରଖାଯାଇଥିଲା । ଏହାସହ ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା । ସେପଟେ ଏହି ଘଟଣାକୁ ନେଇ ପୀଡିତାଙ୍କ ମା ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ ।