LIVE TV

ପାକିସ୍ତାନ ସହ ସଂପର୍କ ବଢାଇବାକୁ ଚାହେଁ ଆମେରିକା, ମାତ୍ର ... ଭାରତ ସହ ସଂପର୍କ ନେଇ କ'ଣ କହିଲା US

NEWS7
shindhe-bjp-government-to-lose-in-maharashtra-elections-today-poll

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ପାକିସ୍ତାନ ଓ ଆମେରିକା ମଧ୍ୟରେ ବନ୍ଧୁତା ବଢିଛି।ଗୋଟିଏ ପଟେ ଆମେରିକା ଭାରତ ଉପରେ ଟାରିଫ ଲଦି ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନ ପିଏମ ଶେହବାଜ ସରିଫ ଓ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ନିଜ ହ୍ଵାଇଟ ହାଉସରେ ସ୍ଵାଗତ କରୁଛନ୍ତି। ଏଥିରେ ପୂରା ଦୁନିଆର ଟାର୍ଗେଟରେ ଟ୍ରମ୍ପ ପ୍ରଶାସନ। ଏହା ମଧ୍ୟରେ ଆମେରିକା ଦୁଇ ଦେଶ ସହ ସମ୍ବନ୍ଧକୁ ନେଇ ସଫେଇ ଦେଇଛି। ବ୍ଲୁମର୍ଗ ଅନୁସାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋଙ୍କ କହିବା କଥା ଆମେରିକା ପାକିସ୍ତାନ ସହ ନିଜର ରଣନୈତିକ ସଂପର୍କ ବଢାଇବାକୁ ଚାହୁଁଛି। ମାତ୍ର ଏହା ଭାରତ ସହ ଐତିହାସିକ ଓ ମହତ୍ଵପୂର୍ଣ୍ଣ ସମ୍ବନ୍ଧର ମୂଲ୍ୟ ଉପରେ ନୁହେଁ।

ଆସିଆନ ଶିଖର ସମ୍ମିଳନୀ ପାଇଁ ସୋମବାର କୁଆଲାଲମ୍ପୁରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ନିଜର ବୈଠକ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ମାର୍କ ରୁବିୟୋ। ସେ କହିଛନ୍ତି ଆମେରିକା ଭାରତ ସହ ଗଭୀର, ଐତିହାସିକ ଓ ଗୁରୁତ୍ଵପୂର୍ଣ୍ଣ ମିତ୍ରତା ରଖି ଆସିଛି। ଆମେରିକା-ପାକିସ୍ତାନ ସମ୍ବନ୍ଧ ଉପରେ ଭାରତର ଚିନ୍ତା ବିଷୟରେ ପଚରା ଯାଇଥିବା ପ୍ରଶ୍ନ ଉପରେ ରୁବିୟୋ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ସ୍ପଷ୍ଟ କାରଣକୁ ନେଇ ଚିନ୍ତିତ। ମାତ୍ର ପାକିସ୍ତାନ ସହ ଆମର ଯାହା ବି କିଛି ସଂପର୍କ, ତାହା ଭାରତ ସହିତ ଆମର ସମ୍ବନ୍ଧର ମୂଲ୍ୟ ଉପରେ ନୁହେଁ। ଭାରତ କୂଟନୀତି ମାମଲାରେ ବହୁତ ପରିପକ୍ଵ। ସେ ଏହା ଉପରେ ଜୋର ଦେଇଛନ୍ତି ଯେ, ଆମେରିକାକୁ ବିଭିନ୍ନ ଦେଶ ସହ ସମ୍ବନ୍ଧ କାଏମ ରଖିବା ଉଚିତ୍।

ରୁଷ ସହ ଭାରତର ଉର୍ଜା ସମ୍ବନ୍ଧ ଉପରେ ରୁବିୟୋ କହିଛନ୍ତି ନୂଆଦିଲ୍ଲୀ ପୂର୍ବରୁ ହିଁ ନିଜର ଅଶୋଧିତ ତୈଳ କ୍ରୟରେ ବିବିଧତା ଆଣିବା ପାଇଁ ଇଚ୍ଛା ବ୍ୟକ୍ତ କରି ସାରିଛି। ସେ କହିଛନ୍ତି ଯଦି ଭାରତ ନିଜର ପୋର୍ଟଫୋଲିଓର ବିବିଧତା  ଆଣିବ, ତେବେ ଆମଠୁ ଯେତେ ଅଧିକ ତେଲ କିଣିବେ, ସେତିକି କମ ତେଲ ଅନ୍ୟଠୁ କିଣିବେ। ସଂପ୍ରତି ବାଣିଜ୍ୟିକ ଚୁକ୍ତିନାମା ଉପରେ ଆଲୋଚନା କରାଯାଇନି ବୋଲି ରୁବିୟୋ କହିଛନ୍ତି।