ନୂଆଦିଲ୍ଲୀ,୦୨/୦୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ଶିଖର ଧାୱନ ଲେଖିଛନ୍ତି ଆତ୍ମଜୀବନୀ । ଯାହାର ନାମ ରଖିଛନ୍ତି ‘ଦ ୱାନ’ । ପୁସ୍ତକ ଛପା ସରିଛି । ଧାୱନ ନିଜେ ଇନ୍ଷ୍ଟାଗ୍ରାମରେ ଏହାର ଉନ୍ମୋଚନ କରିଛନ୍ତି ଏକ ସଟ୍ ଭିଡିଓ ମାଧ୍ୟମରେ ।
ଧାୱନ କହିଛନ୍ତି, ‘ଜୀବନର ସବୁ ମ୍ୟାଚ୍ ପିଚରେ ଖେଳାଯାଏ ନାହିଁ । ଲୋକମାନେ ମୋର କରଭ ଡ୍ରାଇଭ, ସେଲିବ୍ରେସନ ଓ ହସ ବି ଦେଖିଛନ୍ତି । କିନ୍ତୁ ଯେଉଁ କାହାଣୀ ମୋ ଭିତରେ ଲୁଚି ହୋଇଥିଲା ତାହା ଏବେ କହିବାର ଅଛି । ମୁଁ ଏକ ମଣିଷ, କ୍ରିକେଟ୍ ପିଚ ହିଁ ମୋତେ ପରିଚୟ ଦେଇଥିଲା ।
ଏହି ବହିରେ କେବଳ ମୋ କାହାଣୀ ନାହିଁ, ପ୍ରତ୍ୟେକ ମଣିଷର କାହାଣୀ ଯିଏ ସ୍ୱପ୍ନ ଦେଖେ, ନିଜେ ଉପରକୁ ଉଠେ । ‘ଦ ୱାନ’ ହେଉଛି ମୁଁ ।’ ଧାୱନ କ୍ୟାରିୟରରେ ୩୪ଟି ଟେଷ୍ଟ ଖେଳି ୨୩୧୫ ରନ୍, ୧୬୭ଟି ଦିନିକିଆ ଖେଳି ୬୭୯୩ ରନ୍ ଏବଂ ୬୮ଟି ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ୍ କରିଥିଲେ । ଟେଷ୍ଟରେ ୭ ଓ ଦିନିକିଆରେ ୧୭ଟି ଶତକ ସାମିଲ ରହିଛି ।