ଭୁବନେଶ୍ବର ୩।୭: ମହିଳା ରାଜନେତାଙ୍କ ପ୍ରତି ନୀଳଗିରି ବିଧାୟକ ଦେଇଥିବା ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତିଂହାର । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦୟାକରି ଆପଣଙ୍କ ଓଡ଼ିଶାର ବିଧାୟକ ମହିଳା ରାଜନେତାଙ୍କ ବିଷୟରେ କହୁଥିବା କଥା ଶୁଣନ୍ତୁ । ଓଡ଼ିଶା ବିଜେପି ଏତେ ଅକ୍ଷମ ହୋଇଯାଇଛି ଯେ ସେମାନେ ନାରୀର ସମ୍ମାନ ବିଷୟରେ ଚିନ୍ତା ମଧ୍ୟ କରିପାରିବା ଅବସ୍ଥାରେ ନାହାନ୍ତି ।
ସେ ଆହୁରି ଲେଖିଛନ୍ତି, ଓଡ଼ିଶାରେ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କର ଏମିତି ମାନସିକତା ହିଁ ଆଜି ମହିଳା ମାନଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ପାଇଁ ଦାୟୀ । ଯଦି ଆପଣ ଏପରି ମହିଳା ବିରୋଧୀ ନିର୍ବାଚିତ ପ୍ରତିନିଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ମହିଳାମାନଙ୍କ ପାଇଁ ଆପଣଙ୍କର ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ ବୋଲି ଜଣାପଡିବ ।
ପ୍ରିୟ ମୋଦି ଜୀ @narendramodi,
— Lekha Samantsinghar (@DrLekhaShree) July 3, 2025
ଦୟାକରି ଆପଣଙ୍କ ଓଡ଼ିଶାର ବିଧାୟକ ମହିଳା ରାଜନେତାଙ୍କ ବିଷୟରେ କହୁଥିବା କଥା ଶୁଣନ୍ତୁ। ଏହା ହେଉଛି ବିଜେପି ନେତା ଙ୍କ ପ୍ରକୃତ ଚେହେରା l ମୁଁ ଜାଣେ, ଆପଣଙ୍କ ପିଏମଓ @PMOIndia ଏବଂ ପାର୍ଟିରେ ବହୁତ ଦକ୍ଷ ଏବଂ ବୁଦ୍ଧିମାନ ଓଡ଼ିଆ ଅଧିକାରୀ ଅଛନ୍ତି। ଦୟାକରି ସେମାନଙ୍କୁ ଆପଣଙ୍କ ପାଇଁ ଏଇ ଭିଡିଓ… pic.twitter.com/09l45zPFby
You Can Read:
୬୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ଏପରି ଘଟଣା କେବେ ବି ଦେଖିନି, ଦୃଢ଼ ନିନ୍ଦା କଲେ ସୁର ରାଉତରାୟ