୬୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ଏପରି ଘଟଣା କେବେ ବି ଦେଖିନି, ଦୃଢ଼ ନିନ୍ଦା କଲେ ସୁର ରାଉତରାୟ

Published By : Prameya-News7 Bureau | July 03, 2025 IST

ଭୁବନେଶ୍ବର ୩।୭: ଆସନ୍ତା ୧୧ ତାରିଖ ଭିତରେ ସମସ୍ତ ଅପରାଧୀ ବନ୍ଧା ନହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଫିସ ବୁଲି ଏପରି ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ବିଏମ୍‌ସି ଅଧିକାରୀ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏପରିକି ଏପର୍ଯ୍ୟନ୍ତ ନିଜର ୬୦ ବର୍ଷର ରାଜନୈତିକ ଜୀବନ ମଧ୍ୟରେ ଏପରି ଘଟଣା କେବେ ବି ଦେଖିନି ବୋଲି ସୁର କହିଛନ୍ତି । ଏହାକୁ ଦୃଢ଼ ନିନ୍ଦା କରୁଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ରାଜେଶ ପ୍ରଭାକର ପଟେଲଙ୍କ ଦେଖା କରିଛନ୍ତି ସୁର । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କମିଶନର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି । 

ସୁର ଆହୁରି କହିଛନ୍ତି, ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଏହାରି ମଧ୍ୟରେ ସମସ୍ତ ଅପରାଧୀଙ୍କୁ ବନ୍ଧା ନହେଲେ କଂଗ୍ରେସ ଦୃଢ଼ ନିଷ୍ପତ୍ତି ନେବ ବୋଲି ସେ ଚେତାବନୀ ଦେଇଛନ୍ତି । 

You Can Read:

ଡ୍ୟୁଟି ସାରି ପରିବା ନେଇ ଫେରୁଥିଲେ ଘରକୁ, ଟ୍ରକ୍ ଧକ୍କାରେ ଚାଲିଗଲା ମହିଳା ହୋମ୍‌ଗାର୍ଡଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.