ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ନକରିବାକୁ ବାବୁ ସିଂଙ୍କ ଚେତାବାନୀ, ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ

NEWS7
shastris-big-statement-on-bumrah-will-reduce-the-chances-of-india-winning-the-champions-trophy-by-35--

ଭୁବନେଶ୍ବର ୧୪।୧: ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଭଳି କଡ଼ା ଚେତାବନୀ ଦେଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି, ଆପଣ ଠାକୁରଙ୍କ ଠାରୁ ବଡ଼ ନୁହଁନ୍ତି । ଆମ ପରିଚୟ ପ୍ରଭୁ ଶ୍ରୀ ଲିଙ୍ଗରାଜ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ ବୋଲି ବାବୁ ସିଂ କହିଛନ୍ତି ।

ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି, ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେବାୟତ ଭାଇ ମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ । ଆମ ଭିତରେ ଶହେ କଳି ଥାଇପାରେ, ପୂଜା ପରେ ଆଲୋଚନା ହୋଇପାରେ । ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କ ଯୋଗ୍ୟତା ନାହିଁ ସେବା କରିବାକୁ ବୋଲି ବାବୁ ସିଂ କହିଛନ୍ତି ।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଇନ ଆସିବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତିକାନ୍ତିରେ ଅବହେଳା କରନ୍ତୁ ନାହିଁ । ୨ରୁ ୪ମାସ ମଧ୍ୟରେ ଆସିବ ଆଇନ । ଓଡ଼ିଶା ସରକାର ପକ୍ଷରୁ ସବୁ କାମ ସରିଛି । ବର୍ତ୍ତମାନ ଏହା କେନ୍ଦ୍ରକୁ ପଠାଯିବ । କେନ୍ଦ୍ରର ସ୍ୱୀକୃତି ପରେ ରାଷ୍ଟ୍ରପତିଙ୍କ ଠାରୁ ଅନୁମୋଦନ ମିଳିବା ପରେ ଏହା ଲାଗୁ ହେବ । କିନ୍ତୁ ସେ ପର୍ଯ୍ୟନ୍ତ ଏମିତି ବିବାଦ କରି ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି ବିଧାୟକ ବାବୁ ସିଂ ।