ବାଲିଯାତ୍ରା ୨୦୨୫
LIVE TV

ଅପରାହ୍ନ ୪ରୁ ସାଇଲେଣ୍ଟ ଅବଧି ଆରମ୍ଭ ହୋଇଛି, ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ଛାଡ଼ି ସାରିଲେଣି

NEWS7
shashi-tharoor-to-receive-frances-highest-civilian-award

ନୂଆପଡ଼ା ୯୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ପ୍ରଚାର ସରୁଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ୍ କହିଛନ୍ତି, ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ସେମାନେ ଜିଲ୍ଲା ଛାଡି ଦେଇଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ । କିନ୍ତୁ ଗୋଷ୍ଠୀ କରି ଯାଇପାରିବେ ନାହିଁ । ରାତି ୧୦ଟା ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ରହିବ ।

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୫୭ଟି ସମ୍ବେଦନଶୀଳ ବୁଥ୍ ଅଛି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍‌ରେ ପହଞ୍ଚିବେ । ସବୁ ବୁଥ୍‌ରେ ପୋଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି । ଆମେ ଆଶା କରୁଛୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।