ଉତୁରିଗଲା ରସିକିଆ ପ୍ରିନ୍ସିପାଲ୍‌ଙ୍କ ପ୍ରେମ ନିଶା, ଅଧ୍ୟାପିକାଙ୍କୁ ଏକତରଫା ପ୍ରେମ ନିବେଦନ କରି ଗିରଫ

NEWS7
sff-to-be-formed-in-odisha-fire-force-for-rescue-operations-the-chief-minister-approved-the-proposal

ଖୋର୍ଦ୍ଧା ୧୦।୧୨: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ ପଡିଲା ମହଙ୍ଗା । ବନ୍ଧାହେଲେ ରସିକିଆ ପ୍ରିନ୍ସିପାଲ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ କଲେଜର ପ୍ରିନ୍ସିପାଲ ପ୍ରଦୀପ୍ତ କୁମାର ଦାଶଙ୍କୁ ଗିରଫ କଲା ପୋଲିସ । କଲେଜର ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ଏବଂ ଫୋନ୍ କଲ୍ କରିବା ଅଭିଯୋଗରେ ପ୍ରିନ୍ସିପାଲ ଗିରଫ ହୋଇଛନ୍ତି । କେବଳ ଭଏସ ମେସେଜ ନୁହେଁ କଲେଜରେ କ୍ଲାସ କରିବା ବେଳେ ଫୋନ୍ କରି ଭିଡିଓ କଲ୍ କରିବାକୁ ନିବେଦନ କରୁଥିଲେ ସଂପୃକ୍ତ ପ୍ରିନ୍ସିପାଲ୍ ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ବୋଲଗଡ଼ ପରମାନନ୍ଦ କଲେଜର ରସାୟନ ବିଭାଗରେ ନିଯୁକ୍ତି ପାଇଥିଲେ ଜଣେ ଅଧ୍ୟାପିକା । ତେବେ ତାଙ୍କ ଫୋନ୍କୁ ଉକ୍ତ କଲେଜର ଅଧ୍ୟକ୍ଷ ମେସେଜ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉକ୍ତ ଅଧ୍ୟାପିକା ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇବା ପରେ ନିଜ ବାପା-ମା’ଙ୍କୁ ଜଣାଇବା ପରେ ବୋଲଗଡ଼ ଥାନାରେ ଏତଲା ଦେଇଥିଲେ ।

ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରୁଥିଲେ । ଏମିତି କି ଭଏସ୍ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଥିଲେ । କେବଳ ଭଏସ ମେସେଜ ନୁହେଁ କଲେଜରେ କ୍ଲାସ କରିବା ବେଳେ ଫୋନ୍ କରି ଭିଡିଓ କଲ୍ କରିବାକୁ ନିବେଦନ କରୁଥିଲେ ସଂପୃକ୍ତ ପ୍ରିନ୍ସିପାଲ୍ । ଶିକ୍ଷା ଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ସେ ଝିଅ, ମହିଳାଙ୍କ ସୁରକ୍ଷା ଦାବି କରିଛନ୍ତି ।

ସେପଟେ ବୋଲଗଡ଼ ଥାନା ଅଧିକାରୀ ଏକ କେଶ ରୁଜୁ କରି ବୋଲଗଡ ପରମାନନ୍ଦ କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କୁ ଗିରଫ କରିଛି ।