LIVE TV

ମନ୍ଦିରକୁ ଖାଲି ପାଦରେ କାହିଁକି ଯାଆନ୍ତି ? ଜାଣିରଖନ୍ତୁ ନହେଲେ ପଡିବ କୁପ୍ରଭାବ...

NEWS7
sex-racket-busted-in-bhawanipatna-of-kalahandi-district

ନୂଆଦିଲ୍ଲୀ ୨୭।୧୦; ହିନ୍ଦୁ ଧର୍ମରେ କୌଣସି ଦେବାଳୟ ଅବା ଧାର୍ମିକ ପ୍ରତିଷ୍ଠାନ ମଧ୍ୟକୁ ଖାଲି  ପାଦରେ ଯିବାର ପରମ୍ପରା ରହିଛି । ଅନ୍ୟ ଧର୍ମରେ ମଧ୍ୟ ପୂଜା ସ୍ଥଳକୁ ଖାଲି ପାଦରେ ଯିବାର ନିୟମ ରହିଛି । ତେବେ ମନ୍ଦିର ମଧ୍ୟକୁ କାହିଁକି ଖାଲି ପାଦରେ ଯିବାର ନିୟମ ରହିଛି?

ଏହା ପଛରେ ରହିଛି କେତେକ ସୂକ୍ଷ୍ମ ତଥା ସରଳ କାରଣ ।  ଜୋତା,ଚପଲ ବା ଅନ୍ୟ କୌଣସି ପଶୁ ଚମଡ଼ାରେ ତିଆରି ଜିନିଷ ମନ୍ଦିର ମଧ୍ୟକୁ  ନେଇଯିବା ଅନୁଚିତ । ମନ୍ଦିରର ଅଧିଷ୍ଠାତା ଦେବଦେବୀଙ୍କ ପ୍ରତି ଏହା ସର୍ବନ୍ୟୁନ ସମ୍ମାନ ଭାବ  ଅଟେ । ମନ୍ଦିର ପରିସରକୁ ପରିଷ୍କାର ଶୁଦ୍ଧ ରଖିବାର ଏହା ଏକ ଅତି ସରଳ ଉପାୟ ମଧ୍ୟ ।  ଅନ୍ୟପକ୍ଷରେ ଆମେ ଯେତେବେଳେ ଖାଲି ପାଦରେ ମନ୍ଦିର ପରିସରକୁ ପ୍ରବେଶ କରୁ ଏହାର  ଆଧ୍ୟାତ୍ମିକ ଶକ୍ତି ବା ଉର୍ଜା ଆମର ପାଦ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିବା ସହଜ ସାଧ୍ୟ ହୋଇଥାଏ । ମନ୍ଦିର ମଧ୍ୟକୁ ପ୍ରବେଶ କଲାବେଳେ ଖାଲି ଚପଲ ନୁହେଁ, ନିଜକୁ ଯେତେ  ବସ୍ତୁମୁକ୍ତ ରଖିହେବ ତାହା ପ୍ରତି ଯତ୍ନବାନ୍‌ ହେବା ଉଚିତ । ଏହା ଦ୍ୱାରା ମନ ଅହଙ୍କାର ମୁକ୍ତ  ହୋଇ ହାଲ୍‌କା ଅନୁଭବ ହେବ ଏବଂ ଈଶ୍ୱରଙ୍କ ପ୍ରତି ମନ,ଶରୀର,ପ୍ରାଣକୁ ଉନ୍ମୁକ୍ତ କରିହେବ ।