LIVE TV

ଠେଲାରେ ଗୁପ୍‌ଚୁପ୍ ଖାଇ ୭ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

NEWS7

ରାଉରକେଲା ୧୪।୧୧: ଗୁପ୍‌ଚୁପ୍ ଖାଇ ୭ ଯୁବତୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଣେଇ ଥାନାର କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଏକ ଗୁପ୍‌ଚୁପ୍ ଠେଲାରେ ୭ ଜଣ ଝିଅ ଗୁପ୍‌ଚୁପ୍‌ ଖାଇଥିଲେ । ପରେ ରାତିରେ ବାନ୍ତି ହୋଇଥିଲା । ପାଖରେ ଥିବା ଔଷଧ ଦୋକାନରୁ ଔଷଧ ଖାଇଥିଲେ ହେଲେ ବାନ୍ତି ଭଲ ହୋଇନଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ   ଆମ୍ବୁଲାନ୍ସ ଯୋଗେ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଡ଼ାକ୍ତରଙ୍କ କହିବା ଅନୁସାରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

You Can Read :

wp:embed {"url":"https://www.prameyanews7.com/miscreants-looted-jewellery-bag-from-jeweller-in-nischintakoili/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-jewellery-bag-from-jeweller-in-nischintakoili/
/wp:embed