Live Live
LIVE

ଆମର କୌଣସି ଭୋଟ୍ ଏପଟ ସେପଟ ହେବନାହିଁ, କ୍ରସ୍‌ଭୋଟିଂ ହେବାର ପ୍ରଶ୍ନ ଉଠୁନି

NEWS7
serious-allegations-against-manchester-city-player-mendy

ଭୁବନେଶ୍ବର ୮।୩: ଆମର କୌଣସି ଭୋଟ୍ ଏପଟ ସେପଟ ହେବ ନାହିଁ । ପିସିସି ସଭାପତି ସମସ୍ତଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହିତ ପିସିସି ଯୋଗାଯୋଗରେ ଅଛନ୍ତି । ଦିଲ୍ଲୀପ ରାୟ କ’ଣ ଗଣନା କରିଥିବେ ଆମ ଗଣନା ଅନୁଯାୟୀ ଆମେ ଜିତିବୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ସମ୍ବଲପୁରରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ସିଜିଏଚ୍ଏସ୍ ହେଲଥ୍ ୱେଲନେସ୍ ସେଣ୍ଟର

କାଡାମ୍ କହିଛନ୍ତି, ଏଆଇସିସିର ନିର୍ଦ୍ଦେଶ ରହିଛି କଂଗ୍ରେସର ସବୁ ବିଧାୟକ ଏକ ହୋଇକି ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ । ୧୪ ବିଧାୟକ ଏକ ହୋଇ ତାଙ୍କୁ ଜିତାଇବୁ । କୌଣସି ଭୋଟ୍ ଏପଟ ସେପଟ ହେବନାହିଁ । ଏନେଇ ପିସିସି ସଭାପତି ସମସ୍ତଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ବିଧାୟକଙ୍କ ସହିତ ପିସିସି ଯୋଗାଯୋଗରେ ଅଛନ୍ତି । କଂଗ୍ରେସର ଗୋଟେ ବୋଲି ଭୋଟ୍ ଏପଟ ସେପଟ ହେବ ନାହିଁ । କ୍ରସ୍‌ଭୋଟିଂ ହେବାର ପ୍ରଶ୍ନ ଉଠୁନି । ବିଜେଡି, କଂଗ୍ରେସ ଏବଂ ସିପିଆଇଏମ୍ ମିଶିଲେ ୩୩ ଭୋଟ୍ ହେଉଛି । ଆମର ସଂଖ୍ୟା ଗରିଷ୍ଠତା ଅଛି । ବିଜେପି ପାଖେ ବଳକା ୨୨ଟି ସିଟ୍ ଅଛି, ତାଙ୍କ ପାଖେ ସଂଖ୍ୟା ହେଉନାହିଁ । ଦିଲ୍ଲୀପ ରାୟ କ’ଣ ଗଣନା କରିଥିବେ ଆମ ଗଣନା ଅନୁଯାୟୀ ଆମେ ଜିତିବୁ ।

ଏ ଖବର ବି ପଢ଼ନ୍ତୁ:- ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

ରାଜ୍ୟସଭା ପ୍ରାର୍ଥୀ ପରେ ବିଧାନସଭାରେ ବିଜେଡି-କଂଗ୍ରେସ ଉଠାଇବେ କି ମିଳିତ ପ୍ରସଙ୍ଗ ପ୍ରଶ୍ନରେ କାଡାମ୍ କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ଆମେ ବିଜେଡି, କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ବର ଉଠାଇବୁ । କମ୍ୟୁନାଲ ଫୋର୍ସକୁ ରୋକିବା ପାଇଁ ଆମେ ସିକ୍ୟୁଲାର ଫୋର୍ସ ଏକାଠି ହେଲେ କୌଣସି ଅସୁବିଧା ନାହିଁ । ଅନେକ ସମୟରେ ଆମେ ମିଳିତ ଭାବେ ଲଢ଼ୁଛୁ ବୋଲି କାଡାମ୍ କହିଛନ୍ତି ।