ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪ଟି ଟ୍ରକ୍‌

Published By : Prameya-News7 Bureau | June 16, 2025 IST

ଭୁବନେଶ୍ୱର ୧୬।୦୬ : ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ସିରିଜ୍‌ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ ଟ୍ରକ୍‌।ଯାହାଫଳରେ ଏହି ଦୁର୍ଘଟଣାରେ ୩ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ AIIMSରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ କରୁଛି। 

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ରାସ୍ତା ଉପରେ ଏକ ମିନି ଟ୍ରକ୍‌ ଖରାପ ହୋଇ ପଡ଼ି ରହିଥିଲା । ସେହି ଟ୍ରକ୍ ପଛରେ ପ୍ରଥମେ ଏକ କଣ୍ଟେନର ଧକ୍କା ହୋଇଥିଲା । କଣ୍ଟେନର ପଛକୁ ଆଉ ୨ଟି ଟ୍ରକ୍‌ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୩ ଜଣ ଡ୍ରାଇଭର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ AIIMS ରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସମ୍ପର୍କରେ ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.