ଭାଙ୍ଗିଲା ଗର୍ବ, ଶୋଚନୀୟ ପରାଜୟ ଭୋଗିଲା ଟିମ୍‌ ଇଣ୍ଡିଆ; ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା

NEWS7
sensex-falls-200-pts-nifty-below-23450-it-index-outshines

ଅହମ୍ମଦାବାଦ: ଲିଗରେ ଅପରାଜେୟ ଡିଫେଣ୍ଡିଂ ଚାମ୍ପିଅନ ଭାରତ ସୁପର-୮ରେ ଫେଲ୍ । ସୁପର-୮ର ପ୍ରଥମ ମ୍ୟାଚରେ ଅତି ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଟିମ୍ । ୧୮.୫ ଓଭରରେ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏହା ସହ ଦକ୍ଷିଣ ଆଫ୍ରିକା ୭୬ ରନର ବିଶାଳ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ସାମ୍ନାରେ ଆଜି ଭାରତୀୟ ଟିମ୍ ବ୍ୟାଟର ଅସହାୟ ହୋଇପଡ଼ିଛନ୍ତି । ତାସ୍‌ର ଘର ଭଳି ଗଡ଼ି ପଡ଼ିଛନ୍ତି ସବୁ ଓ୍ବିକେଟ୍ । ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟିଂ ପରେ ଘାତକ ବୋଲିଂ ଭାରତୀୟ ଟିମର ଲଗାତାର ଜିତରେ ବ୍ରେକ୍ ଲଗାଇଛି ।

୨୦୨୬ ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ଲିଗ୍ ପର୍ଯ୍ୟାୟରେ ଅପରାଜିତ ଥିବା ଟିମ୍ ଇଣ୍ଡିଆ ପ୍ରଥମ ସୁପର ୮ ମ୍ୟାଚ୍ ୭୬ ରନରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୧୧୧ ରନ୍ କରି ପରାଜୟ ବରଣ କରିଛି । ଟି-୨୦ ଅନ୍ତର୍ଜାତୀୟରେ ରନ୍ ଦୃଷ୍ଟିରୁ ଏହା ଭାରତର ଦ୍ୱିତୀୟ ସର୍ବବୃହତ୍ତ ପରାଜୟ। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ୍ ମିଲର୍ (୬୩ ରନ୍), ଡେୱାଲ୍ଡ ବ୍ରେଭିସ (୪୫ ରନ୍), ଏବଂ ଟ୍ରେଷ୍ଟନ୍ ଷ୍ଟବ୍ସ (୪୪ ଅପରାଜିତ) ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାର୍କୋ ଜାନସେନ୍ (୪ ୱିକେଟ୍) ଏବଂ କେଶବ ମହାରାଜ (୩ ୱିକେଟ୍) ବୋଲିଂରେ ବିପର୍ଯ୍ୟୟ ଘଟାଇଛନ୍ତି।

ଗ୍ରୁପ୍ ପର୍ଯ୍ୟାୟରେ, ଭାରତ ପାକିସ୍ତାନ ବ୍ୟତୀତ ଛୋଟ ଦଳଗୁଡ଼ିକୁ (ନାମିବିଆ, ନେଦରଲ୍ୟାଣ୍ଡସ୍ ଏବଂ ଆମେରିକା)କୁ ପରାସ୍ତ କରିଥିଲା।  ପ୍ରକୃତ T20 ବିଶ୍ୱକପ୍ ସୁପର-୮ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ, ଭାରତୀୟ ଦଳର ଦୁର୍ବଳତା ପ୍ରକାଶ ପାଇଛି । ଭାରତ ତାର ପ୍ରଥମ ସୁପର-୮ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ କରିଛି । ଭାରତ ଏବେ ଫେବୃଆରୀ ୨୬ ରେ ଜିମ୍ବାୱେ ଏବଂ ମାର୍ଚ୍ଚ ୧ରେ ୱେଷ୍ଟଇଣ୍ଡିଜ୍ ସହିତ ମୁକାବିଲା କରିବ। ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିବା ପାଇଁ ଭାରତକୁ ଉଭୟ ମ୍ୟାଚ୍ ଜିତିବାକୁ ପଡିବ।

ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡେନ ମାର୍କରମ ଓ କ୍ୱିଣ୍ଟନ ଡିକକ ଓପନିଂ କରିଥିଲେ। ହେଲେ ଦୁଇ ଅଭିଜ୍ଞ ଓପନର ଆଜିର ମୁକାବିଲାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ଉଭୟଙ୍କ ୱିକେଟ୍ ଶସ୍ତାରେ ଯାଇଥିଲା। ଜସପ୍ରୀତ ବୁମରା କ୍ୱିଣ୍ଟନ ଡିକକୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ସୁପର ୮ ମୁକାବିଲାରେ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ଅର୍ଶଦୀପ ସିଂହ ମାତ୍ର ୪ ରନ୍ ଦେଇଥିଲେ। ହେଲେ ଦ୍ୱିତୀୟ ଓଭର କରିବାକୁ ଆସିଥିବା ବୁମ୍ରା ଡି-କକଙ୍କୁ ଆଉଟ କରିଥିଲେ। ଏହାପରେ ତୃତୀୟ ଓଭର ବୋଲିଂ କରିବାକୁ ଆସିଥିବା ଅର୍ଶଦୀପ ସିଂହ, ଆଡେନ ମାର୍କରମଙ୍କୁ ଆଉଟ୍ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ପୂରା ବିଗାଡ଼ି ଦେଇଥିଲେ। ଅର୍ଶଦୀପଙ୍କ ଚତୁର୍ଥ ବଲ୍ରେ ମାର୍କରମ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଓପନିଂ ଆସିଥିବା ଦୁଇ ବ୍ୟାଟର ଆଡେନ ମାର୍କରମ ଓ କ୍ୱିଣ୍ଟନ ଡିକକ୍ ଖୁବଶୀଘ୍ର ଆଉଟ୍ ହୋଇଯାଇଥିଲେ ।

ଡିକକ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ରିକେଲ୍ଟନ ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ । ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ବୁମରା ତାଙ୍କୁ ଶିଭମ ଦୁବେଙ୍କ ହାତରେ କ୍ୟାଚ୍ ଆଉଟ୍ କରି ପାଭିଲିଅନ ପଠାଇ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪ ଓଭର ଖେଳି ମାତ୍ର ୨୦ ରନରେ ୩ ୱିକେଟ୍ ହରାଇଥିଲା। ଏହାପରେ ଡେଭିଡ ମିଲର ଓ ଡିୱାଲ୍ଡ ବ୍ରେଭିସ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ପରବର୍ତ୍ତୀ ଦୁଇ ଓଭରେ ୨୧ ରନ୍ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା। ୬ ଓଭର ଖେଳ ପରେ ଦକ୍ଷିଣ ଆଫ୍ରିକା ୪୧ ରନ୍ କରିଥିଲା।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ ଓଭର ବୋଲିଂ କରି ୨୨ ରନ୍ ଦେଇଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ବୁମରା ଦୁଇ ଓଭର କରି ମାତ୍ର ୭ ରନ୍ ଦେଇଥିବା ବେଳେ ଦୁଇଟି ୱିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓଭରରେ ୧୧ ରନ୍ ଦେଇଥିଲେ। ସପ୍ତମ ଓଭର ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ ସୁନ୍ଦର ମଧ୍ୟରେ ୧୧ ରନ୍ ଦେଇଥିଲେ। ଷଷ୍ଠ ଓ ସପ୍ତମ ଓଭର ବରୁଣ ଚକ୍ରବର୍ତ୍ତୀ ଓ ୱାଶିଂଟନ ସୁନ୍ଦର ଦୁଇ ସ୍ପିନ କରିଥିବା ବେଳେ ଦୁହେଁ ୨୨ ରନ୍ ଲେଖାଏ ଦେଇଥିଲେ। ଦୁଇ ସ୍ପିନରଙ୍କ ବଲ୍ ମାଡ଼ ଖାଇବା ପରେ ପୁଣିଥରେ ଦ୍ରୁତ ବୋଲର ଲଗାଇଥିଲେ ସୂର୍ଯ୍ୟକୁମାର ଯାଦବ। ଅଷ୍ଟମ ଓଭର ବୋଲିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ସ୍କୋର ଚାପି ମାତ୍ର ୪ ରନ୍ ଦେଇଥିଲେ। ଏହାପରେ ନବମ ଓଭରରେ ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବରୁଣ ଚକ୍ରବର୍ତ୍ତୀ। ଏହି ଓଭରରେ ସେ ୧୭ ରନ୍ ଦେଇଥିଲେ।

ତେବେ ୧୦ ଓଭର ପାଇଁ ଆଉ ସ୍ପିନର ଆଟାକ୍ ନକରି ପୁଣିଥରେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଥିଲେ। ଯଦିଓ ଦଶମ ଓଭର ପାଣ୍ଡ୍ୟା ଭଲ ବୋଲିଂ କରିଥିଲେ ହେଲେ ତାଙ୍କର ଶେଷ ବଲ୍ ନୋ ବୋଲ ହୋଇଥିଲା। ଫଳରେ ଫ୍ରି ହିଟ୍ ପାଇଥିବା ଡେଭିଲ୍ ମିଲର ପାଣ୍ଡ୍ୟଙ୍କ ଶେଷ ବଲ୍କୁ ୬ ମାରିଥିଲେ। ଦକ୍ଷିଣ ଆଫ୍ରିକା ୧୦ ଓଭର ଖେଳ ବେଳକୁ ୮.୧୩ ହାରରେ ୮୪ ରନ୍ କରିଥିବା ବେଳେ ୩ ୱିକେଟ୍ ହରାଇଥିଲା। ପ୍ରଥମ ୧୦ ଓଭର ଖେଳ ଏହିଭଳି ଖେଳିଥିଲା ଦକ୍ଷିଣ ଆଫ୍ରିକା।

ଏହାପରେ ବରୁଣ ଚକ୍ରବର୍ତ୍ତୀ ଓ ଶିବମ ଦୁବେଙ୍କ ପରବର୍ତ୍ତି ଦୁଇ ଓଭର ଯଦିଓ ମହଙ୍ଗା ସାବ୍ୟସ୍ତ ହୋଇଥିଲା, ତେବେ ୧୨. ୨ ଓଭର ଖେଳ ବେଳେ ଶିବମ ଦୁବେ ଭାରତକୁ ଆଉ ଏକ ସଫଳତା ଦେଇଥିଲେ। ସେଟ୍ ବ୍ୟାଟର ଡିୱାଲ୍ଡ ବ୍ରେଭିସ୍ଙ୍କୁ ଅଭିଷେକ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଧୂଆଁଦାର ବ୍ୟାଟିଂ କରୁଥିବା ବ୍ରେଭିସ୍ ୨୯ ବଲ୍ରେ ମାତ୍ର ୪୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଅର୍ଦ୍ଧଶତକ ସ୍ୱପ୍ନ ପୂରା ହୋଇପାରି ନଥିଲା। ସେପଟେ ଡେଭିଡ୍ ମିଲର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ତାଙ୍କୁ ସହଯୋଗ କରିବାକୁ ଆସିଥିଲେ ଟ୍ରିଷ୍ଟାନ ଷ୍ଟବ୍ସ।

ମିଲର ଟିମ୍ର ସ୍କୋରକୁ ଆଗକୁ ବଢ଼ାଇବାକୁ ଯାଇ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ୧୫.୪ ଓଭର ଖେଳ ବେଳେ ମିଲର ୩୫ ବଲ୍ରେ ୬୩ ରନ୍ କରି ଆଉଟ୍ ହୋଇଥିଲେ। ବରୁଣ ଚକ୍ରବର୍ତ୍ତୀ ତାଙ୍କୁ ତିଲକ ବର୍ମାଙ୍କ ହାତରେ କ୍ୟାଚ୍ ୱିକେଟ୍ କରାଇଥିଲେ। ପୁଣି ୧୭.୨ ଓଭର ବେଳେ ମାର୍କୋ ୟାନସେନଙ୍କ ୱିକେଟ୍ ନେଇଥିଲେ ଅର୍ଶଦୀପ ସିଂହ। ୧୮.୫ ବଲ୍ରେ କର୍ବିନ ବୋସ୍ଙ୍କ ୱିକେଟ୍ ଯାଇଥିଲା। ସେ ମାତ୍ର ୬ ରନ୍ କରି ବୁମରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ମିଲରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା।