ନୂଆଦିଲ୍ଲୀ: ଚଳିତ ବର୍ଷ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଶେୟାର ବଜାର। ସପ୍ତାହର ଚତୁର୍ଥ କାରବାର ଦିନ ଗୁରୁବାର ସେନସେକ୍ସ ୧୦୦୦.୩୬ ପଏଣ୍ଟ ବୃଦ୍ଧି ପାଇ ୮୩,୭୫୫.୮୭ ରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ମଧ୍ୟ ୩୦୪.୨୫ ପଏଣ୍ଟ ବୃଦ୍ଧି ପାଇ ୨୫,୫୪୯.୦୦. ରେ ବନ୍ଦ ହୋଇଥିଲା। ସେନସେକ୍ସର ୩୦ଟି ଷ୍ଟକ୍ ମଧ୍ୟରୁ ୨୨ଟି ବୃଦ୍ଧି ପାଇଥିବା ବେଳେ ୮ଟିରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ମେଟାଲ, ଫାଇନାନ୍ସିଆଲ୍ ଏବଂ ଏନର୍ଜୀ ଶେୟାରରେ ବୃଦ୍ଧି ହୋଇଥିଲ। ଅନ୍ୟପକ୍ଷରେ, ଅଟୋ ଏବଂ ଆଇଟି ଷ୍ଟକ୍ ଉପରେ ସାମାନ୍ୟ ଚାପ ପଡ଼ିଥିଲା।
ଗୁରବାର କାରବାର ଶେଷ ସୁଦ୍ଧା ଟାଟା ଷ୍ଟିଲ୍ ଶେୟାରରେ ସର୍ବାଧିକ ୨.୬୨% ବୃଦ୍ଧି ହୋଇଛି। ଏହା ପରେ ବଜାଜ୍ ଫାଇନାନ୍ସ ୨.୫୦% ବୃଦ୍ଧି ପାଇଥିଲା। ଭାରତୀ ଏୟାରଟେଲ୍ ୨.୪୮%, ଆଦାନୀ ପୋର୍ଟସ୍ ୨.୪୬% ଏବଂ ଆଇଚର ମୋଟର୍ସ ଷ୍ଟକ୍ରେ ୨.୪୫% ବୃଦ୍ଧି ପାଇଛି। ତେବେ ହ୍ରାସ ପାଇଥିବା ଷ୍ଟକ୍ଗୁଡ଼ିକ ହେଲା- ଟ୍ରେଣ୍ଟ ଷ୍ଟକ୍ ୦.୪୦%, ଭାରତୀୟ ଷ୍ଟେଟ ବ୍ୟାଙ୍କ ୦.୩୯%, ଟେକ୍ ମହିନ୍ଦ୍ରା ୦.୩୯%, ମାରୁତି ସୁଜୁକି ୦.୩୬% ଏବଂ ଏମ ଆଣ୍ଡ ଏମ ୦.୩୦% ହ୍ରାସ ପାଇଛି।
ଗୁରୁବାରରେ ବିଶ୍ୱ ବଜାରର ସ୍ଥିତି
• ଏସୀୟ ବଜାରରେ, ଜାପାନର ନିକ୍କେଇ ୧.୬୫% ବୃଦ୍ଧି ପାଇ ୩୯,୫୮୪ ରେ ଏବଂ କୋରିଆର କୋସ୍ପି ୦.୯୨% ହ୍ରାସ ପାଇ ୩,୦୭୯ ରେ ବନ୍ଦ ହୋଇଥିଲା।
• ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୦.୬୧% ହ୍ରାସ ପାଇ ୨୪,୩୨୫ ରେ ଏବଂ ଚୀନର ସାଂଘାଇ କମ୍ପୋଜିଟ୍ ୦.୧୧% ହ୍ରାସ ପାଇ ୩,୪୪୮ ରେ ବନ୍ଦ ହୋଇଥିଲା।
• ଜୁନ୍ ୨୫ ତାରିଖରେ, ଆମେରିକାର ଡାଓ ଜୋନ୍ସ ୦.୨୫% ହ୍ରାସ ପାଇ ୪୨,୯୮୨ ରେ ବନ୍ଦ ହୋଇଥିଲା। ଏହି ସମୟରେ, ନାସଡାକ୍ କମ୍ପୋଜିଟ୍ ୦.୩୧% ବୃଦ୍ଧି ପାଇ ୧୯,୯୭୪ ରେ ଏବଂ S&P ୫୦୦ ଫ୍ଲାଟ୍ ୬,୦୯୨ ରେ ବନ୍ଦ ହୋଇଥିଲା।