LIVE TV
LIVE TV

ଦିଲ୍ଲୀ ମହାନଗର ନିଗମ ଉପ ନିର୍ବାଚନ : ୭ଟି ଓ୍ୱାର୍ଡରେ ଜିତିଲା ବିଜେପି, ଆପ୍ ଖାତାରେ ୩ ଓ୍ୱାର୍ଡ

NEWS7
sensational-incident-again-in-patna-army-soldier-is-no-more-in-kankarbagh

ନୂଆଦିଲ୍ଲୀ, ୦୩ /୧୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଉପ ନିର୍ବାଚନରେ ବିଜେପିର ବାଜିମାତ୍ । ମୋଟ ୧୨ଟି ଓ୍ୱାର୍ଡରୁ ବିଜେପି ପ୍ରାର୍ଥୀ ୭ଟିରେ ବିଜୟ ହାସଲ କରିଛନ୍ତି । ଅନ୍ୟ ଦିଗରେ ବିରୋଧୀଙ୍କ ଖାତାକୁ ୫ଟି ଓ୍ୱାର୍ଡ ଯାଇଛି ।

ସୂଚନାନୁସାରେ, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ଭୋଟ୍ ହୋଇଥିଲା । ପୂର୍ବରୁ ୯ଟି ଓ୍ୱାର୍ଡ ବିଜେପି ଦଖଲରେ ଥିବା ବେଳେ ଆପ୍ ହାତରେ ୩ଟି ଓ୍ୱାର୍ଡ ଥିଲା । ଏଥର ନିର୍ବାଚନରେ ୩୮.୫୧ ପ୍ରତିଶତ ମତଦାନ ହୋଇଥିଲା । ଯାହା ୨୦୨୨ ତୁଳନାରେ କମ୍ ।

ଏଥର ୧୨ଟି ଓ୍ୱାର୍ଡ ମଧ୍ୟରୁ ବିଜେପି ପାଖକୁ ୭ଟି ଯାଇଥିବା ବେଲେ ଆପ୍ ଖାତାକୁ ତିନୋଟି ଓ୍ୱାର୍ଡ ଯାଇଛି । ସେହିପରି କଂଗ୍ରେସ ଗୋଟିଏ ଏବଂ ବାମଦଳ ଗୋଟିଏ ଓ୍ୱାର୍ଡରେ ବିଜୟ ଲାଭ କରିଛନ୍ତି ।

ନିର୍ବାଚନ ଫଳାଫଳରୁ ବିଜେପି ଦିଲ୍ଲୀରେ ଭଲ କାମ କରୁଥିବା ପ୍ରମାଣିତ ହୋଇଛି । ଜନତା ଏବେ ଆମ୍ ଆଦମୀ ପାର୍ଟିକୁ ପସନ୍ଦ କରୁନଥିବା ଅନେକ ମତ ଦେଉଛନ୍ତି । ବିଜେପି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଭୋଟର ୭ଟି ଓ୍ୱାର୍ଡରେ ଦଳକୁ ଜିତାଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଭୋଟଗଣତି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ୧୦ଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ ହୋଇଥିଲା ।