ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଆକର୍ଷଣୀୟ ରଥଯାତ୍ରା ଅଫର ଉନ୍ମୋଚିତ

Published By : Prameya-News7 Bureau | June 26, 2025 IST

ଭୁବନେଶ୍ୱର ୨୬।୬: ସେନ୍‌କୋ ଗୋଲ୍ଡ ଲିମିଟେଡ ୮୫ ବର୍ଷରୁ ଉର୍ଦ୍ଧ୍ୱ ବିରାସତ ସହିତ ଭାରତର ଏକ ଅଗ୍ରଣୀ ଜୁଏଲାରୀ ରିଟେଲର ଏବଂ ସର୍ବାଧିକ ସଂଖ୍ୟକ ଶୋ’ରୁମ୍ ସହ ପୂର୍ବ ଭାରତର ସର୍ବବୃହତ ଜୁଏଲାରୀ ରିଟେଲର । ଯାହାର ଦୁବାଇ, ୟୁଏଇରେ ଗୋଟିଏ ଶୋ’ରୁମ୍ ସମେତ ୧୭ଟି ରାଜ୍ୟରେ ୧୭୫ରୁ ଅଧିକ ଶୋ’ରୁମ୍ ରହିଛି । ସେନ୍‌କୋ ଗୋଲ୍ଡ ପକ୍ଷରୁ ପବିତ୍ର ରଥଯାତ୍ରାକୁ ପାଳନ କରିବା ପାଇଁ ସୌନ୍ଦର୍ଯ୍ୟ ଓ ସମ୍ମାନକୁ ପ୍ରତିଫଳନ କରୁଥିବା ଅଳଙ୍କାର ଗୁଡିକ ସହିତ ସ୍ୱତନ୍ତ୍ର ଡିଜାଇନ୍ ଓ ଅଫର୍ ଲଞ୍ଚ କରାଯାଇଛି ।

ରଥର ପର୍ବ ଭାବେ ପରିଚିତ ରଥଯାତ୍ରା ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ଯାହା ପ୍ରତିବର୍ଷ ବର୍ଷା ଋତୁରେ ପାଳିତ ହୋଇଥାଏ । ରଥଯାତ୍ରା ବିଶ୍ୱବ୍ୟାପୀ ପାଳିତ ହୋଇଥାଏ କିନ୍ତୁ ସବୁଠାରୁ ପ୍ରସିଦ୍ଧ ଓ ବିଶାଳ ଉତ୍ସବ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥାଏ ।

ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ରଥଯାତ୍ରାର ପ୍ରତୀକାତ୍ମକତା ଓ ମହାନତା ଦ୍ୱାରା ବିଶେଷ ଭାବେ ଅନୁପ୍ରାଣିତ ଅନନ୍ୟ ଜୁଏଲାରୀ ପିସ୍ ଗୁଡିକର ଏକ ବିସ୍ତୃତ ସିଲେକ୍ସନକୁ ଡିଜାଇନ କରିଛି । ଆମର ଦକ୍ଷ କାରିଗର ମାନେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ, ରଥ ଓ ପବିତ୍ର ପ୍ରତୀକଗୁଡିକୁ ଏହି ଅସାଧାରଣ ଡିଜାଇନ ଗୁଡିକରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାହା ଏହି ପବିତ୍ର ପର୍ବ ସହ ଜଡିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ପ୍ରତ୍ୟେକ ପିସ୍‌ର ଜୁଏଲାରୀକୁ ସର୍ବାଧିକ ଯତ୍ନର ସହ ହଲ୍‌ମାର୍କ ଗୋଲ୍ଡର ବ୍ୟବହାର କରି ନିର୍ମାଣ କରାଯାଇଛି, ଯାହା ନିଶ୍ଚିତ କରୁଛି ଯେ, ଏହି ଜୁଏଲାରୀଗୁଡିକ ପିଢି ପରେ ପିଢି ମୂଲ୍ୟବାନ ସମ୍ପତ୍ତିରେ ପରିଣତ ହେବ ।

ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ମାର୍କେଟିଂ ଆଣ୍ଡ ଡିଜାଇନ ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟ ଜୋଇତା ସେନ୍ କହିଛନ୍ତି, “ସେନ୍‌କୋ ଗୋଲ୍ଡ ଓ ଡାଇମଣ୍ଡସରେ ଆମେ ରଥଯାତ୍ରାର ମହତ୍ୱ ଏବଂ ଏହି ସମୟରେ ଅଳଙ୍କାର କ୍ରୟ କରିବାର ପବିତ୍ରତାକୁ ବୁଝିଛୁ, କାରଣ ଆମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥାଉ । ଆମର ଦକ୍ଷ କାରିଗର ଓ ଡିଜାଇନରମାନଙ୍କ ଟିମ୍ ଯତ୍ନର ସହିତ ଅଳଙ୍କାର ପିସ୍‌ ଗୁଡିକର ଏକ ଆକର୍ଷଣୀୟ କଲେକ୍ସନ ପ୍ରସ୍ତୁତ କରିଛନ୍ତି ଯାହା ପରମ୍ପରା ସହ ସମସାମୟିକ ଷ୍ଟାଇଲକୁ ଉପଯୁକ୍ତ ଭାବେ ମିଶ୍ରଣ କରିଛି । ସୂକ୍ଷ୍ମ ଭାବେ ଡିଜାଇନ କରାଯାଇଥିବା ଗୋଲ୍ଡ ଓ ଡାଇମଣ୍ଡ ପେଣ୍ଡାଣ୍ଟ ଠାରୁ ଆରମ୍ଭ କରି ମୀନାକାରୀ ଇୟରିଂ ପର୍ଯ୍ୟନ୍ତ, ଆମ ପାଖରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାଦ ଓ ପସନ୍ଦ ସହ ମେଳ ଖାଉଥିବା ଅଳଙ୍କାର ଉପଲବ୍ଧ ରହିଛି ।”

ସେହିପରି ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍ କହିଛନ୍ତି, “ ଆପଣଙ୍କର ରଥଯାତ୍ରା ସପିଂ ଅନୁଭୂତିକୁ ଉନ୍ନତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଆମର ଶୋ’ରୁମ୍‌ ଗୁଡିକରେ ସୁନା ଅଳଙ୍କାର କ୍ରୟ ଉପରେ ମେକିଂ ଚାର୍ଜରେ ପ୍ରତି ଗ୍ରାମ ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ସହିତ ଆକର୍ଷଣୀୟ ଅଫର ପ୍ରଦାନ କରୁଛି । ବ୍ରାଣ୍ଡ୍ ପକ୍ଷରୁ ହୀରା ଅଳଙ୍କାର ମୂଲ୍ୟ ଉପରେ ୧୫% ପର୍ଯ୍ୟନ୍ତ ରିହାତି, ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୦% ଡିଡକ୍ସନ ଏବଂ ମେକିଂ ଚାର୍ଜ ଉପରେ ୧୦% ରିହାତି ଦିଆଯାଉଛି । ସୁନା ମୂଲ୍ୟ ଅଧିକ ବୃଦ୍ଧି ପାଇଥିବାରୁ ଆମେ ଫ୍ଲେକ୍ସି ପ୍ରାଇସ୍ ଅଫରର ଶୁଭାରମ୍ଭ କରିଛୁ, ଯେଉଁଠାରେ ଗ୍ରାହକ ମାନେ ଆଜିର ମୂଲ୍ୟରେ ସୁନା ବୁକିଂ କରିପାରିବେ ଏବଂ  ପରବର୍ତ୍ତୀ ସମୟରେ ଆଜିର ମୂଲ୍ୟରେ କ୍ରୟ କରିବାର ସୁବିଧା ପାଇବେ । ଯଦି ମୂଲ୍ୟ ବୃଦ୍ଧି ହୁଏ ତେବେ ତାଙ୍କୁ ଅଧିକ ଅର୍ଥ ପଇଠ କରିବାକୁ ପଡିବ ନାହିଁ । ଯଦି ମୂଲ୍ୟ ହ୍ରାସ ହୁଏ  ତେବେ ସେ ହ୍ରାସ ହୋଇଥିବା ଦରରେ ସୁନା କ୍ରୟ କରିବେ ।


ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଏକ ବିବିଧ ଜୁଏଲାରୀ କଲେକ୍ସନ ଯେପରିକି ସୁନା, ହୀରା, ପ୍ଲାଟିନମ୍ ଓ ଷ୍ଟଡେଡ ଜୁଏଲାରୀ ପ୍ରଦାନ କରୁଛି । କମ୍ପାନୀର ବ୍ରାଣ୍ଡ୍‌ ଗୁଡିକରେ ଏଭରଲାଇଟ ଲାଇଟୱେ ଜୁଏଲାରୀ ଏବଂ ଗସିପ, ଦ ସିଲଭର ଓ କଷ୍ଟ୍ୟୁମ ଜୁଏଲାରୀ ବ୍ରାଣ୍ଡ୍‌ ସାମିଲ ରହିଛି । ଏହା ଭାରତରେ ଡି’ସିଗ୍ନିଆ ଶୋ’ରୁମ୍‌ ଗୁଡିକର ମଧ୍ୟ ଲଞ୍ଚ କରିଛି ଯାହା ଏକ ପ୍ରିମିୟମ୍ ଜୁଏଲାରୀ ସପିଂ ଅନୁଭୂତି ଦେଉଛି । ଏହାର କଲେକ୍ସନକୁ ପୁରୁଷଙ୍କ ପାଇଁ ଡିଜାଇନ କରାଯାଇଥିବା ବେଳେ ବିବାହ କଲେକ୍ସନରେ ପ୍ରିମିୟମ ଡିଜାଇନର ୱେଡିଂ ଜୁଏଲାରୀ ସାମିଲ ରହିଛି । ଅଧିକ ବିବରଣୀ ଓ ଆକର୍ଷଣୀୟ ଅନ୍‌ଲାଇନ ଓନ୍‌ଲି ଅଫର ସମ୍ପର୍କରେ ଜାଣିବା ପାଇଁ ଗ୍ରାହକମାନେ ଏହି ୱେବସାଇଟ୍  https://sencogoldanddiamonds.com/ ରେ ଭିଜିଟ୍‌ କରିପାରିବେ ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.