ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ବିକ୍ଷୋଭ

Published By : Prameya-News7 Bureau | March 14, 2025 IST

ଭଦ୍ରକ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ସ୍ୱୟଂସହାୟିକା ଗୋଷ୍ଠୀ ମହାମଞ୍ଚର ହଜାର ହଜାର ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଭାନେତ୍ରୀ ଓ ସଂପାଦିକାଙ୍କ ପୁନଃଗଠନ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଏମାନେ । 

ଭଦ୍ରକ ସ୍ୱୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ୩ ହଜାରରୁ ଉର୍ଦ୍ଧ୍ବ ମହିଳା ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ପରେ ସଦସ୍ୟା ମାନେ ବ୍ୟାରିକେଡ଼ ଭିତରକୁ ଧସେଇ ପଶିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିବାକୁ ଚେଷ୍ଟା କରିଥିଲେ । ଜିଲ୍ଲାପାଳ ଆସି ସେମାନଙ୍କୁ ଭେଟିବାକୁ ଦାବି କରି ଗେଟ୍ ସମ୍ମୁଖରେ ସଦସ୍ୟା ମାନେ ଅଡ଼ି ବସିଥିଲେ ।

ତେବେ ଜିଲ୍ଲାପାଳ ସେମାନଙ୍କ ନିକଟକୁ ନଆସିବାରୁ ମହିଳା ମାନେ ଭଦ୍ରକ ସହରର ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ପରେ ପୋଲିସ ବୁଝାସୁଝା କରିବା ପରେ ସଦସ୍ୟା ମାନେ ଜିଲ୍ଲାପାଳଙ୍କୁ ଭେଟି ୧୦ ଦଫା ଦାବି ଜଣାଇଛନ୍ତି । ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କୁ ପୁନଃଗଠନ ନକରି ଗାଇଡ଼ଲାଇନ ଅନୁଯାୟୀ ନିର୍ବାଚିତ କରି ପ୍ରତିନିଧି ବାଛିବା, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ସିଏଲଏଫ ଗଠନ କରିବା ଇତ୍ୟାଦି ୧୦ ଦଫା ଦାବି ସଂଘ ପକ୍ଷରୁ ରଖାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ନଦେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।


You Can Read:

ନାଗାବଳୀ ନଦୀରେ ଗାଧୋଇବା ବେଳେ ଭାସିଗଲେ : ମିଳିନି ଯୁବକଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.