ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପୂର୍ବରୁ ତତ୍ପର ସୁରକ୍ଷାବାହିନୀ, ଧ୍ୱଂସ କଲେ ନକ୍ସଲଙ୍କ ସହିଦ ସ୍ତମ୍ଭ

Published By : Prameya-News7 Bureau | July 27, 2025 IST

ମାଲକାନଗିରି ୨୭।୭: ମାଓବାଦୀଙ୍କ ସହିଦ ସପ୍ତାହ ପୂର୍ବରୁ ନକ୍ସଲ ସହିଦ ସ୍ତମ୍ଭକୁ ଧ୍ୱଂସ କଲେ ସୁରକ୍ଷା ବାହିନୀ । ଦନ୍ତେୱାଡା ଜିଲ୍ଲାରେ CRPFର ୧୯୫ ବାଟାଲିୟନର ଜବାନ ଓ ଡିଆରଜି ବାହିନୀ ପକ୍ଷରୁ ମିଳିତ ଭାବେ ମାଲେଭାହିର ଥାନା ଅନ୍ତର୍ଗତ କହଚେନାର ଅଞ୍ଚଳରେ ଅପରେସନ ପାଇଁ ବାହାରି ଥିଲେ । ମାଲେଭାହି, ପୁଷ୍ପାଳ ଓ କାହେନାର ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ଅପରେସନ ଚାଲିଥିବା ବେଳେ କାହେନାର ଗ୍ରାମ ନିକଟରେ ନକ୍ସଲ ମାନଙ୍କ ଦ୍ୱାରା ନିର୍ମିତ ମୋଟ ତିନୋଟି ସହିଦ ସ୍ତମ୍ଭ ଚିହ୍ନଟ କରାଯାଇଥିଲା । ଯାହା ମଧ୍ୟରୁ ଦୁଇଟି କାଠରେ ତିଆରି ହୋଇଥିବା ବେଳେ ଗୋଟିଏ ସିମେଣ୍ଟ କଂକ୍ରିଟ୍ ରେ ତିଆରି ହୋଇଥିଲା । ସୁରକ୍ଷାବାହିନୀ ତିନୋଟି ସହିଦ ସ୍ତମ୍ଭକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ମାଓବାଦୀଙ୍କ ଏହି ସହିତ ସ୍ତମ୍ଭ ନିହତ ମାଓନେତା ଆନନ୍ଦ ଓରଫ ସୁଦର୍ଶନ କର୍ତ୍ତାମ୍, ପିଏଲଜିଏ ଡେପୁଟି କମାଣ୍ଡର ରାମସୁ କୋରମ୍ ଓରଫ ଜୟମାନ ଏବଂ ମହିଳା ମାଓବାଦୀ ସନିତାଙ୍କ ନାମରେ ନିର୍ମିତ ହୋଇଥିଲା । 

ମାଓ ସଂଗଠନ ପ୍ରତିବର୍ଷ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରନ୍ତି । ଯେଉଁଥିରେ ସେମାନେ ନିହତ ନକ୍ସଲ ପନ୍ଥିଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରି ବ୍ୟାନର ପୋଷ୍ଟର ଲଗାନ୍ତି । ସହିଦ ସପ୍ତାହ ସମୟରେ ଲାଲ୍ ବାହିନୀ  ପ୍ରଚାର ମାଧ୍ୟମରେ ଗ୍ରାମବାସୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଯେଉଁଥି ପାଇଁ ସୁରକ୍ଷା ବାହିନୀ ତତ୍ପର ହୋଇ ସତର୍କତାର ସହ ନକ୍ସଲ ପନ୍ଥିଙ୍କ ସହିଦ ସ୍ତମ୍ଭକୁ ଭାଙ୍ଗି ଦେଇଛନ୍ତି ।

You Can Read:

ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ, ଭୟଭୀତ ହୋଇ ସଂଗଠନ ଛାଡିଥିବା ସ୍ବୀକାର କଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.