ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଜାରି, ୫ଟି ଲୋକସଭା-୩୫ଟି ବିଧାନସଭାରେ ଚାଲିଛି ମତଦାନ

Published By : Prameya-News7 Bureau | May 20, 2024 IST

ଭୁବନେଶ୍ୱର ୨୦।୦୫ : ସୋମବାର ଓଡିଶାରେ ୨ୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ସିଟ୍‌ରେ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହି ପର୍ଯ୍ୟାୟ ନିର୍ବାଚନରେ ୭୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ । 

ତେବେ ଭୋଟ ହେଉଥିବା ୫ଟି ଲୋକସଭା ଆସନ ମଧ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ରହିଛି । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ  ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି ରହିଛି ।

 

 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.