ବାବା ସିଦ୍ଦିକି ହତ୍ୟା ମାମଲା: ବନ୍ଧୁକ ଯୋଗାଇବା ମାମଲାରେ କବାଡ଼ି ଡିଲରଙ୍କୁ ଗିରଫ, ସଂଖ୍ୟା୧୦ ପାର

Published By : Prameya-News7 Bureau | October 20, 2024 IST

internet

ମୁମ୍ବାଇ: ବାବା ସିଦ୍ଦିକି ହତ୍ୟା ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରବିବାର ନାଭି ମୁମ୍ବାଇରୁ ଜଣେ ସ୍କ୍ରାପ(କବାଡ଼ି ବାଲା ଡିଲର) ଡିଲରଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ସିଦ୍ଦିକିଙ୍କୁ ଗୁଳି ମାରିଥିବା ଅପରାଧିକୁ ବନ୍ଧୁକ ଯୋଗାଇଥିଲା। ଏହି ଗିରଫକୁ ମିଶାଇ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କଲାଣି। 

ଗିରଫ ବ୍ୟକ୍ତି ହେଲେ ୩୨ ବର୍ଷୀୟ ଭଗୱତ ସିଂହ ଓମ ସିଂହ। ସେ ଉଦୟପୁର ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ନଭି ମୁମ୍ବାଇରେ ରହୁଥିଲା। ଗିରଫ ପରେ ଭଗୱତ ସିଂହ ଓମ ସିଂହକୁ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ କୋର୍ଟ ତାଙ୍କୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ପୁଲିସ କଷ୍ଟୁଡିରେ ପଠାଯାଇଛି।

ଅକ୍ଟୋବର ୧୨ ତାରିଖରେ ଘଟିଥିବା ବାବା ସିଦ୍ଦିକଙ୍କ ହତ୍ୟା ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଭଗବନ୍ତ ସିଂଙ୍କ ସମେତ ବିଭିନ୍ନ ସ୍ଥାନରୁ ୧୦ ଜଣଙ୍କୁ ଗିରଫ କରିଛି। କେବଳ ମୁମ୍ବାଇ ମହାନଗର ନିଗମର ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।

ବାବା ସିଦ୍ଦିକି ତାଙ୍କ ବିଧାୟକ ପୁଅ ଜିସାନ ସିଦ୍ଦିକଙ୍କ ବାନ୍ଦ୍ରା ସ୍ଥିତ ଅଫିସ୍‌କୁ ଯାଇଥିବା ବେଳେ ଅଫିସ୍‌ ପାଖରେ ତାଙ୍କୁ ୩ ଅପରାଧି ଗୁଳି କରି ହତ୍ୟା କରିଥିଲେ। ହତ୍ଯା ଘଟଣାରେ ପୁଲିସ ୨ ସନ୍ଦିଗ୍ଧ ଶୁଟରଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁରମେଲ ବଲଜିତ ସଂହ(୨୩), ଧରମରାଜ ରାଜେଶ କାଶ୍ୟପ(୧୯)। ମୁଖ୍ୟ ଶୁଟର କୁହାଯାଉଥିବା ଶିବମକୁମାର ଗୌତମ ଓ ଅନ୍ୟ ୨ ଜଣ ଫେରାର ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.