ଭଦ୍ରକରେ ଲଗାଣ ବର୍ଷା ଜାରି, ଦିନକ ପାଇଁ ୪ ବ୍ଲକ୍‌ରେ ସ୍କୁଲ ଛୁଟି ଘୋଷଣା

Published By : Prameya-News7 Bureau | July 30, 2025 IST

ଭଦ୍ରକ ୩୦।୭: ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ମଧ୍ୟରାତ୍ରରୁ ବର୍ଷା ଜାରି ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୫୯ ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲଗାଣ ବର୍ଷା ପାଇଁ ଭଦ୍ରକ ସହର ସହ ବିଭିନ୍ନ ବ୍ଲକ୍‌ରେ ବେହାଲ ସ୍ଥିତି ହୋଇଛି । ଦୋକାନ ବଜାର ବନ୍ଦ ରହିଛି । 

ତେବେ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ବନ୍ଦ ରଖାଯାଇଛି । ଏହି ୪ଟି ବ୍ଲକ୍‌ ହେଉଛି ତିହିଡି, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବ୍ଲକ୍ । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ଥିବାବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ରହିବେ । 

ଆଇଏମ୍‌ଡିର ପୂର୍ବାନୁମାନ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷ ହେବାର ସମ୍ଭାବନା ରହିଛି । ବୁଧବାରର ସ୍ଥିତି ଦେଖି ଗୁରୁବାର ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି । ତେବେ ଅନ୍ୟ ବ୍ଲକ୍ ଗୁଡ଼ିକରେ ବର୍ଷାର ସ୍ଥିତି ଦେଖି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ । ସହର ତଳି ଅଞ୍ଚଳର ଡ୍ରେନ୍ ସଫା ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ବନ୍ୟା ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡିକରେ ସ୍ଵତନ୍ତ୍ର ଭାବେ ଦୃଷ୍ଟି ରଖାଯାଇଛି ।

You Can Read:

ପାଣିପାଗ ବିଭାଗର ଆଲର୍ଟ, ରାଜ୍ୟରେ ୧୫ ଜିଲ୍ଲାକୁ ବର୍ଷା ସହ ଘଡ଼ଘଡ଼ିର ସୂଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.