LIVE TV

ଆମେରିକାରେ ବଡ଼ ଧରଣର ଆତଙ୍କବାଦୀ ଉଦ୍ୟମ ପଣ୍ଡ କଲା ଏଫ୍‌ବିଆଇ

NEWS7
sc-stays-gst-notices-of-112-lakh-crore-sent-to-online-gaming-companies

ୱାଶିଂଟନ ଡିସି: ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଛି। ହାଲୱିନ ସପ୍ତାହର ଶେଷ ଦିନରେ ଆକ୍ରମଣ ନେଇ ହୋଇଥିବା ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ କହିଛି। ଏକ ମିଳିତ ଅପରେସନରେ ଏକାଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ ଶୁକ୍ରବାର ସୂଚନା ଦେଇଛନ୍ତି।

ତେବେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା ସେମାନଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ଏଫ୍‌ବିଆଇ କୌଣସି ସୂଚନା ଦେଇ ନାହିଁ।  ତେବେ ସ୍ଥାନୀୟ ପ୍ରସାନ ଓ ପୁଲିସର ତତ୍ପରତା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍‌ବିଆଇ ନିର୍ଦ୍ଦେଶକ ପ୍ରଶଂସା କରିଛନ୍ତି। ସେମାନଙ୍କର ସତର୍କତା ଏକ ବଡ଼ ହିଂସାକାଣ୍ଡକୁ ଏଡାଇବାରେ ସାହାଯ୍ୟ କରିଛି ବୋଲି କାଶ ପଟେଲ କହିଛନ୍ତି।

ଆଜି ସକାଳେ ଏଫବିଆଇ ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛି ଏବଂ ହାଲୋୱିନ୍ ସପ୍ତାହାନ୍ତରେ ଏକ ହିଂସାତ୍ମକ ଆକ୍ରମଣ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ମିଶିଗନରେ ଅନେକ ଲୋକଙ୍କୁ ଗିରଫ କରିଛି। ଏନେଇ ଅଧିକ ତଥ୍ୟ ପରେ ଆସିବ ବୋଲି ପଟେଲ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମ ମାତୃଭୂମିକୁ ରକ୍ଷା କରିବା ପାଇଁ ୨୪ ଘଣ୍ଟା କାମ କରୁଥିବା ଏଫ୍‌ବିଆଇ ଓ ପ୍ରଶସାନର ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଧନ୍ୟବାଦ। ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ଆମେରିକା ପୁଲିସ କହିଛି।