କଣ ହ୍ୟାକ୍ ହୋଇଥିଲା କି ବିରାଟଙ୍କ ଆକାଉଣ୍ଟ ? ରାତିରେ ଗଲା, ଦିନରେ ଆସିଲା

NEWS7
sc-alert-on-corona-outbreak-in-country-issued-notification

ନୂଆଦିଲ୍ଲୀ ୩୦।୦୧; ଇନଷ୍ଟାଗ୍ରାମକୁ ଫେରିଲେ ବିରାଟ କୋହଲି । ଘଣ୍ଟା ଘଣ୍ଟାର କନଫ୍ୟୁଜନ ପରେ, ତାଙ୍କ ଆକାଉଣ୍ଟ ପୁନ ଥରେ ଆକ୍ଟିଭ୍ ହୋଇଛି। ଗୁରୁବାର ରାତିରେ ବା ଶୁକ୍ରବାର, ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଗାଏବ ହୋଇଯାଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସମସ୍ତେ ଭାବୁଥିଲେ ଯେ କାହିଁକି ଓ କିପରି ହେଲା। ୨୭୦ ନିୟୁତରୁ ଅଧିକ ଫଲୋଅର୍ସ ଥିବା ବିରାଟ ଇନଷ୍ଟାଗ୍ରାମରୁ କିପରି ହଟିଗଲେ? ଏବେ ବିରାଟଙ୍କ ଆକାଉଣ୍ଟ ରିଟର୍ଣ୍ଣ ତ ଆସିଛି ସତ, ହେଲେ ଏହା କାହିଁକି ଏଭଳି ହୋଇଥିଲା ପ୍ରଶ୍ନ ଗୁଡ଼ିକ ଉତ୍ତର ମିଳିନାହିଁ ।

ଯେପରି ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ ହେବା ସମ୍ପର୍କରେ କୌଣସି ସରକାରୀ ସୂଚନା ଆସିନଥିଲା, ସେହିପରି ତାଙ୍କର ଇନଷ୍ଟାଗ୍ରାମକୁ ରିଟର୍ଣ୍ଣ ଆସିବା ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ। ବିରାଟ କିମ୍ବା ଇନଷ୍ଟାଗ୍ରାମ ଏହି ବିଷୟରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି। ତେବେ ବିରାଟ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ କ’ଣ ଘଟିଥିଲା ସେ ବିଷୟରେ ସସପେନ୍ସ ରହିଛି। ସବୁଠାରୁ ବଡ କଥା ବିରାଟଙ୍କ ଇନଷ୍ଟାଗ୍ରାମକୁ ଫେରିବା ତାଙ୍କ ପ୍ରଶଂସକମାନଙ୍କୁ ନିଶ୍ଚିତ ଭାବରେ ଆଶ୍ୱସ୍ତି ଦେଇଛି।

ଇନଷ୍ଟାଗ୍ରାମରେ ତାଙ୍କର ୨୭୪ ନିୟୁତ ଫଲୋଅର୍ସ ଅଛନ୍ତି। କିଙ୍ଗ କୋହିଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଏଥିରେ କେବଳ ବ୍ୟକ୍ତିଗତ ବିଷୟବସ୍ତୁ ପୋଷ୍ଟ କରନ୍ତି ନାହିଁ, ବରଂ ଅନେକ ପ୍ରମୋସନାଲ୍ ପୋଷ୍ଟ ମଧ୍ୟ କରନ୍ତି। ସେ ଇନଷ୍ଟାଗ୍ରାମରେ ଅନେକ ବ୍ରାଣ୍ଡର ପ୍ରମୋସନ ମଧ୍ୟ କରନ୍ତି। ତେଣୁ, ତାଙ୍କର ରିଟର୍ଣ୍ଣ ଏକ ଭଲ କଥା।