LIVE TV

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିକୁ ଟାର୍ଗେଟ ନବୀନଙ୍କ ଟାର୍ଗେଟ, କହିଲେ- ଘଟଣା ଘଟିବା ପରେ କ୍ରିୟାଶୀଳ ହେଉଛି ପୋଲିସ

NEWS7
saturday-horoscope-4

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପିକୁ ଟାର୍ଗେଟ ନବୀନଙ୍କ ଟାର୍ଗେଟ। ସୋମବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ପୋଷ୍ଟରେ ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଘେରିଛନ୍ତି।

ପୋଷ୍ଟରେ ନବୀନ କହିଛନ୍ତି‘‘ ରାଜ୍ୟ ରାଜଧାନୀ ଅଶାନ୍ତ ହୋଇପଡ଼ିଛି, ଖୁଲମଖୁଲା ଆତଙ୍କରାଜ ବଢ଼ୁଛି, ଲୋକଙ୍କୁ କିଏ ସୁରକ୍ଷା ଦେବ ? ଗୋଟିଏ ଦିନରେ ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରଯାଉଛି, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବୀଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି।’’

​​​​​​​

ନବୀନ ଆହୁରି କହିଛନ୍ତି ‘‘କେବଳ ଘଟଣା ଘଟିବା ପରେ ବିଜେପି ସରକାରରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରୁଛି। କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି। ଅପରାଧୀ ଅବାଧରେ ବୁଲୁଛନ୍ତି।’’ ଏହା ସହ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନବୀନ।​​​​