କଙ୍ଗନାଙ୍କ ପରେ ରାଜନୀତିରେ ପାଦ ଦେବେ ସାରା ଅଲି ଖାନ ! କହିଲେ-ମୋ ପାଖରେ ରାଜନୀତିର ଡିଗ୍ରୀ ଅଛି…

Published By : Prameya-News7 Bureau | March 28, 2024 IST

ମୁମ୍ଵାଇ ୨୮।୦୩: ମର୍ଡର୍ ମୁବାରକ୍’ ଓ ‘ଏ ୱତନ୍ ମେରେ ୱତନ୍’ ଫିଲ୍ମ  ଜରିଆରେ ଗତ ୨ ସପ୍ତାହ ହେଲା ଓଟିଟି ପ୍ଲାଟ୍ଫର୍ମରେ ନଜର  ଆସୁଛନ୍ତି ସାରା ଅଲି ଖାନ୍ । ଦୁଇଟିଯାକ ଫିଲ୍ମରେ ସାରା କିଛି  ନୂଆ କରିବାକୁ ଚେଷ୍ଟା କରିଛନ୍ତି । ଗତ ୧୫ ତାରିଖରେ  ମୁକ୍ତିପ୍ରାପ୍ତ ସାରାଙ୍କ ‘ମର୍ଡର୍ ମୁବାରକ’ ଏକ ସସ୍ପେନ୍ସ  ଥ୍ରିଲର୍ । ଗତ ୨୧ ତାରିଖରେ ମୁକ୍ତିପ୍ରାପ୍ତ ‘ଏ  ୱତନ୍ ମେରେ ୱତନ୍’ରେ ସାରା ସ୍ୱାଧୀନତା  ସଂଗ୍ରାମୀ ଉଷା ମେହତାଙ୍କ ଭୂମିକା ନିର୍ବାହ  କରିଛନ୍ତି । ନିକଟରେ ଏକ ଗଣମାଧ୍ୟମ ସହ  ସାକ୍ଷାତକାରରେ ତାଙ୍କୁ ରାଜନୀତିରେ ଯୋଗ  ଦେବା ବିଷୟରେ ପ୍ରଶ୍ନ କରାଯାଇଥିଲା ।  ଏହାର ଜବାବରେ ସାରା କହିଥିଲେ,  ଭବିଷ୍ୟତରେ ସେ ରାଜନୀତି ମୈଦାନକୁ ଓହ୍ଲାଇ  ପାରନ୍ତି । ତେବେ ପ୍ରଥମ ଥର ସାରା ରାଜନୀତିରେ  ନିଜର ରୁଚି ଜାହିର କରିନାହାନ୍ତି । ୨୦୧୯ ମସିହାରେ  ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କ  ପାଖରେ ଇତିହାସ ଓ ରାଜନୀତି ବିଜ୍ଞାନର ଡିଗ୍ରୀ  ଅଛି । 

ତେଣୁ ସେ ଭବିଷ୍ୟତରେ ରାଜନୀତିରେ  ଏଣ୍ଟ୍ରି କରିବେ । ରାଜନୀତି ତାଙ୍କର ବ୍ୟାକ୍ଅପ୍  ପ୍ଲାନ୍ ନୁହେଁ । ସେ ବଲିଉଡ୍ ମଧ୍ୟ ଛାଡ଼ିବେ ନାହିଁ ।  ଯେପର୍ଯ୍ୟନ୍ତ ବଲିଉଡ୍ରେ କାମ ମିଳୁଥିବ, ସେ  କରୁଥିବେ । ସୂଚନାଯୋଗ୍ୟ, ସାରା କୋଲମ୍ବିୟା  ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତି  ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ଇତିମଧ୍ୟରେ ମହାତ୍ମା ଗାନ୍ଧିଙ୍କ ଅଣନାତି ତୁଷାର  ଗାନ୍ଧି ଫିଲ୍ମ ‘ଏ ୱତନ୍ ମେରେ ୱତନ୍’ରେ ସାରାଙ୍କ  ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି  ଲେଖିଛନ୍ତି ‘ମୁଁ ଉଷାବେନ୍ ମେହତାଙ୍କ ସହ ବଡ଼  ହୋଇଛି । ଯୁବାବସ୍ଥାରେ ସେ ମୋର ମେଣ୍ଟର୍  ଥିଲେ ।



ମୁଁ ଭାରତ ଛାଡ଼ ଆନ୍ଦୋଳନ ସମୟରେ  ଗୁପ୍ତରେ କଂଗ୍ରେସ ରେଡିଓ ଚଳାଇବାର ତାଙ୍କ  ସାହସିକତାର କାହାଣୀ ଶୁଣିଥିଲି । ଏହି ଫିଲ୍ମ  ଦେଖିବା ପରେ ସେ ସବୁ ଜୀବନ୍ତ ହୋଇ  ଉଠିଲା । ଉଷାବେନ୍ଙ୍କୁ ପୁଣି ଥରେ  ଜୀବିତ କରିବା ପାଇଁ ସାରା ଅଲି ଖାନ୍ଙ୍କୁ  ଧନ୍ୟବାଦ ।’ ସାରା ଆଗକୁ ଅନୁରାଗ  ବାସୁଙ୍କ ‘ମେଟ୍ରୋ: ଇନ୍ ଦିନୋ’ରେ  ନଜର ଆସିବେ । ଆସନ୍ତା  ସେପ୍ଟେମ୍ବର ୧୩ ତାରିଖରେ ଏହା  ମୁକ୍ତିଲାଭ କରିବ । ଏଥିସହ  ‘ମିଶନ୍ ମଙ୍ଗଲ’ ଫେମ୍  ନିର୍ଦ୍ଦେଶକ ଜଗନ ଶକ୍ତିଙ୍କର  ଏକ ଫିଲ୍ମରେ ମଧ୍ୟ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.