'ମୋ ମା' ଆଉ ନାହିଁ, ଟିକିଏ ପୋଷ୍ଟ ମର୍ଟମ କରିଦିଅ...' : ନିଜେ ମୃତଦେହ ଧରି ବ୍ୟବଚ୍ଛେଦ ପାଇଁ ପହଁଚିଲା ୮ ବର୍ଷର ପୁଅ

NEWS7
sanyasi-on-life-support-to-one-with-45-kg-rudraksha-on-head

ଲକ୍ଷ୍ମୌ,୬|୦୧:ନିଶ୍ୱାସ ନେଉ ନଥିଲା ମାଆ । ଆରପାରିକୁ ଚାଲି ଯାଇଥିଲା । ପାଖରେ କେହି ନଥିଲେ । ଶବକୁ ଛୁଉଁନଥିଲେ ଆଖପାଖ ଲୋକେ । ଶେଷରେ କିଛି ଉପାୟ ନଥିଲା । ମାଆର ମୃତଦେହକୁ ଧରି ବ୍ୟବଚ୍ଛେଦ ଗୃହ ପାଖରେ ପହଁଚିଲାବର୍ଷର ପୁଅ । ପୋଷ୍ଟମର୍ଟମ କରିବାକୁ ଡାକ୍ତରଙ୍କୁ କହିଲା । ଏପରି ଏକ ହୃଦୟ ବିଦାରକ ଘଟଣାଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୈଥରା ଥାନା ଅନ୍ତର୍ଗତ ନଗଲା ଧିରଜ ଗ୍ରାମରେ ।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ବୀରାଙ୍ଗନା ଅବନ୍ତୀବାଇ ମେଡିକାଲ କଲେଜରେ ନିଲମ ନାମକ ଜଣେ ମହିଳା ପ୍ରାଣ ହରାଇଥିଲେ । ଦୀର୍ଘଦିନ ଧରି ସେ ଚିକିତ୍ସିତ ହେବା ପରେ ଆଖି ବୁଜିଥିଲେ । ଗତବର୍ଷ ତାଙ୍କ ସ୍ୱାମୀ ଏଚଆଇଭିରେ ପୀଡିତ ହୋଇଜୀବନ ହାରିଥିଲେ । ସେବେଠୁ ସେମାନଙ୍କ ସମ୍ପର୍କୀୟ ଏବଂ ପରିବାର ଲୋକେ ଦୂରକୁ ଚାଲିଯାଇଥିଲେ । ଏପରିକି ସମ୍ପତ୍ତି ଲୋଭରେ ନିଲମଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟ ଟଙ୍କା ମଧ୍ୟ ଖର୍ଚ୍ଚ କରିନଥିଲେ । ବାଧ୍ୟ ହୋଇବର୍ଷର ପୁଅ ନିଜେ ଅନ୍ତେଷ୍ଟିକ୍ରିୟାର ଭାର ଗ୍ରହଣ କରିଥିଲା । ଏପରିକି ମାଆର ମୃତଦେହକୁ ଧରି ବ୍ୟବଚ୍ଛେଦ ଗୃହକୁ ଆସିଥିଲା ।

ବର୍ଷର ଶିଶୁର ପିତା ପୂର୍ବରୁ ଚାଲିଯାଇଥିଲେ । ଆଉ ଏବେ ମାଆ ରୋଗରେ ପୀଡିତ ହୋଇ ଆଖିବୁଜିଛି । ଫଳରେ ଶିଶୁଟି ଏକ ପ୍ରକାର ଅସହାୟ ହୋଇପଡିଛି । ତେବେ ମାଆ ହସ୍ପିଟାଲରେ ଭର୍ତ୍ତି ହେଲା ପରଠୁ ଶିଶୁଟି ସେବା କରି ଆସୁଥିଲା । ଦିନ ରାତି ମାଆ ପାଖରେ ରହୁଥିଲା । ମୃତ୍ୟୁ ପରେ କେହି ନ ଆସିବାରୁ ସେ ଏକା ହୋଇଯାଇଥିଲା । କିନ୍ତୁ ସାହସ କରି ଅନ୍ତିମ କ୍ରିୟା କରିବାକୁ ନିଷ୍ପତ୍ତି ନେଇଥିଲା ।

ସମ୍ପତ୍ତି ପାଇଁ ଲୋଭ କିନ୍ତୁ ଖର୍ଚ୍ଚ କଲେନି ଟଙ୍କା

ଶିଶୁଟି ନିଜ ସମ୍ପର୍କୀୟ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଛି । ତାର କହିବା କଥା ହେଲା, ସେମାନଙ୍କ ସମ୍ପତ୍ତି ଉପରେ ଦାଦାମାନଙ୍କ ନଜର ରହିଥିଲା । କିନ୍ତୁ ମାଆ ହସ୍ପିଟାଲରେ ପଡିଥିବା ବେଳେ କେହି ହେଲେ ଟଙ୍କାଟିଏ ଖର୍ଚ୍ଚ କରିନଥିଲେ । ସ୍ଥାନୀୟ ପୋଲିସ ଅଧିକାରୀ ରିତେଶ ଠାକୁର ମାମଲାକୁ ଗୁରୁତର ସହ ନେଇଛନ୍ତି । ସେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସହାଯ୍ୟ କରିବା ସହ ବେସାହାରା ପିଲାଟିର ଯତ୍ନ ନେବେ ବୋଲି କହିଛନ୍ତି ।