LIVE TV

'ଭଲ ପାଇଁ ହୋଇଛି' : ଜାଡେଜାଙ୍କୁ ରିଲିଜ୍ ନେଇ ଏମିତି କହିଲେ ଧୋନୀ...

NEWS7
sanju-panda-new-odisha-high-court-chief-justice

ନୂଆଦିଲ୍ଲୀ, ୧୫|୧୧: ଅଦଳବଦଳ ହେବେ ସଞ୍ଜୁ ଏବଂ ଜାଡେଜା । ଚେନ୍ନାଇ ସୁପର କିଙ୍ଗସକୁ ଆସିବେ ସଞ୍ଜୁ । ରାଜସ୍ଥାନ ରୟାଲ୍ସକୁ ଯିବେ ଜାଡେଜା । କିଛି ଏପରି ଚିତ୍ର ଏଥର ଦେଖିବାକୁ ମିଳିବ ଆଇପିଏଲରେ । ତେବେ ଚେନ୍ନାଇର ନିଷ୍ପତ୍ତିକୁ କ୍ରିକେଟ୍ ଫ୍ୟାନ୍ କଡା ବିରୋଧ କରୁଛନ୍ତି । କାରଣ ଜାଡେଜା ବହୁ ଦିନ ହେଲା ଚେନ୍ନାଇରେ ଖେଳୁଥିଲେ । ତାଙ୍କ ପ୍ରଦର୍ଶନ ଭଲ ରହିଥିଲା । ତଥାପି ତାଙ୍କୁ ରିଲିଜ୍ କରୁଛି ସିଏସକେ ।

ରିପୋର୍ଟ ଅନୁସାରେ, ଚେନ୍ନାଇରୁ ରବୀନ୍ଦ୍ର ଜାଡେଜା ଏବଂ ସାମ କୁରାନଙ୍କୁ ନେଇଛି ରାଜସ୍ଥାନ ରୟାଲ୍ସ । ନିଷ୍ପତ୍ତି ଚୂଡାନ୍ତ ହୋଇଥିଲେ ବି ଗୋଟିଏ ଦୁଇ ଦିନ ମଧ୍ୟରେ ଔପଚାରିକ ଭାବେ ଘୋଷଣା କରାଯିବ । ତେବେ ଜାଡେଜାଙ୍କୁ ଚେନ୍ନାଇ ରିଲିଜ କରିବା ଆଗରୁ ସେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଆଲୋଚନା କରିଥିଲେ । ଯାହା ବାବଦରେ ସୂଚନା ଦେଇଛନ୍ତି ଆଇପିଏଲର ଜଣେ ଅଧିକାରୀ ।

କ୍ରିକବଜର ଏକ ରିପୋର୍ଟରେ କୁହାଯାଇଛି ଯେ, ସାମସନଙ୍କୁ ତିନି ବର୍ଷ ହେଲା ଚେନ୍ନାଇରେ ସାମିଲ ନେଇ ପ୍ରୟାସ କରାଯାଉଥିଲା । ଜାଡେଜା ଲଗାତାର ଭାବେ ଚେନ୍ନାଇର ଷ୍ଟାର ପରଫର୍ମର ଥିଲେ । ଧୋନୀଙ୍କ ପରେ ସିଏସକେର ଚେହେରା ଭାବେ ତାଙ୍କୁ ଦର୍ଶାଯାଉଥିଲା ।

ତେବେ ଟ୍ରେଡ୍ ପ୍ରୋସେସ ପୂର୍ବରୁ ଧୋନୀଙ୍କ ସହ ଆଲୋଚନା କରିଥିଲେ ଜାଡେଜା । ଉଭୟ ଖେଳାଳି ଅଧିକ ସମୟ ଧରି ଅଦଳବଦଳ ବାବଦରେ କଥା ହୋଇଥିଲେ । ସମସ୍ତଙ୍କ ହିତ ପାଇଁ ଏବା ଆବଶ୍ୟକ ବୋଲି ଜାଡେଜା ଏବଂ ଧୋନୀ ବୁଝିପାରିଥିଲେ । ଏହାସହ ରିଲିଜ୍ ପାଇଁ ରାଜି ହୋଇଥିଲେ ।

ସୂଚନାଯୋଗ୍ୟ, କେବଳ ଜାଡେଜା କିମ୍ବା କୁରାନ ନୁହେଁ ଡେଭନ କନଓ୍ୱେ, ରଚିନ ରବୀନ୍ଦ୍ର, ରାହୁଲ ତ୍ରିପାଠୀ, ଦୀପକ ହୁଡା, ବିଜୟ ଶଙ୍କରଙ୍କୁ ମଧ୍ୟ ଚେନ୍ନାଇ ରିଲିଜ୍ କରିବ ବୋଲି ଚର୍ଚ୍ଚା ହେଉଛି ।