LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ୨ ଦିନିଆ ରିମାଣ୍ଡରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ

NEWS7
sambalpur-144-news-today

ବ୍ରହ୍ମପୁର ୦୫।୧୧ : ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଦୁଇ ଦିନିଆ ପୋଲିସ ରିମାଣ୍ଡରେ  ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ଉଭୟଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡ ପାଇଁ  ଆବେଦନ କରିଥିବା ବେଳେ କୋର୍ଟ  ଦୁଇଦିନ ରିମାଣ୍ଡ ଅନୁମତି ଦେଇଛନ୍ତି।  ଏମାନଙ୍କୁ ପଚରାଉଚରା କରି ଆହୁରି ଗୁମର ଖୋଲିବ ବୋଲି ଆଶା ରଖିଛି ପୋଲିସ। ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୪ ଚାରିଜଣଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ପୋଲିସ  ଆବେଦନ କରିବ। ଉମା ବିଷୋୟୀ ଏବଂ  କୁରୁପତିକୁ  ମିଶାଇ ୧୬ଜଣ ଅଭିଯୁକ୍ତ ଗିରଫ କଲାଣି ପୋଲିସ

ଖବର ଅନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ହେଲେ ମାନ୍ୟବର କୋର୍ଟ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।