ପରୀକ୍ଷାରେ ଭଲ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ମାଁଙ୍କୁ ପ୍ରତି ମାସରେ ମିଳିବ ପଇସା

NEWS7
samantha-ruth-prabhu-goes-on-a-lunch-date-with-vijay-deverakonda-photo-viral

ଚଣ୍ଡିଗଡ଼ ୧।୧: ବର୍ଷର ପ୍ରଥମ ଦିନରେ ହରିୟାଣା ମନ୍ତ୍ରିମଣ୍ଡଳ ବୈଠକରେ ରାଜ୍ୟ ସରକାର ‘ଲାଡୋ ଲକ୍ଷ୍ମୀ’ ଯୋଜନା ସମ୍ପ୍ରସାରଣକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାର ଲାଭ ହରିୟାଣାରେ ସେହି ମହିଳାମାନଙ୍କୁ ମିଳିବ ଯେଉଁମାନଙ୍କ ପିଲା ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ୮୦% ବା ତଦୁର୍ଦ୍ଧ୍ୱ ନମ୍ବର ରଖି ଉତୀର୍ଣ୍ଣ ହେବେ। ଏପରି ମେଧାବୀ ଛାତ୍ରଛାତ୍ରୀଙ୍କ ମାଆ ମାନଙ୍କୁ ପ୍ରତି ମାସରେ ୨,୧ ୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଏ ନେଇ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କହିଛନ୍ତି ଯେ ଏହି ନିଷ୍ପତ୍ତି ମହିଳାମାନଙ୍କୁ ଆତ୍ମ ନିର୍ଭର କରିବା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ଦର୍ଶାଉଛି। ଯୋଜନାର ସମ୍ପ୍ରସାରଣ ଯୋଗୁ ରାଜ୍ୟରେ ଶିକ୍ଷା ପ୍ରତି ସକରାତ୍ମକ ପରିବେଶ ସୃଷ୍ଟି ହେବ। ଏହା ଦ୍ୱାରା ଅଭିଭାବକ ସେମାନଙ୍କ ପିଲାଙ୍କ ପାଠ ପଢା ଉପରେ ଅଧିକ ଧ୍ୟାନ ଦେବେ। ଲାଡୋ ଲକ୍ଷ୍ମୀ ଯୋଜନା ହରିୟାଣା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ମହିଳା ସଶକ୍ତିକରଣ ଓ ଆର୍ଥିକ ସହାୟତା ଯୋଜନା। ଏହାର ଉଦ୍ଦେଶ୍ୟ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ସହ ଆର୍ଥିକ ରୂପେ ମଜଭୁତ କରିବା।

ଏହି ଯୋଜନାରେ ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସାମିଲ କରାଯାଉଛି। ଏଥିରେ ସେମାନଙ୍କୁ ସବୁ ମାସରେ ସିଧା ଆର୍ଥିକ ସହାୟତା ଦିଆଯାଉଛି। ଏହା ଦ୍ୱାରା ସେମାନେ ନିଜେ ନିଜର ଆବଶ୍ୟକତା ପୂରଣ କରିପାରୁଥିବା ବେଳେ ପରିବାର ଉପରେ ସେମାନଙ୍କୁ ନିର୍ଭର ରହିବାକୁ ପଡୁ ନାହିଁ। ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ ୨,୧୦୦ ଟଙ୍କା ଦିଆଯାଉଛି। ଏହି ଆର୍ଥିକ ସହାୟତାରେ ମହିଳା ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ସମେତ ପିଲାଙ୍କ ଶିକ୍ଷା ଓ ଛୋଟମୋଟ କାରବାରରେ ନିବେଶ କରିପାରୁଛନ୍ତି। ସରକାର ଲାଡୋ ଲକ୍ଷ୍ମୀ ଆପ ଲଞ୍ଚ କରିଛନ୍ତି। ଏହି ଆପ ମାଧ୍ୟମରେ ମହିଳାମାନେ ଅନାଲଇନରେ ଆବେଦନ କରିପାରୁଛନ୍ତି ଓ ଯୋଜନା ପାଇଁ ନିଜର ପାତ୍ରତା ଯାଞ୍ଚ କରିପାରୁଛନ୍ତି।