'ଦକ୍ସି ଗଲା'ରୁ 'ବୟସ ତୋ କସମସ'... ଅନେକ ହିଟ୍ ଗୀତ, ସବୁଦିନ ଅମର ରହିବ ଅଭିଜିତଙ୍କ ସ୍ୱର

NEWS7
samantha-admit-in-hospital

ଭୁବନେଶ୍ୱର,|୧: ତୋର କଞ୍ଚା ହଳଦୀରୁ ରିବନ ଫିତା । ଏ ରଙ୍ଗବତୀରୁ ବୟସ ତୋ କସମସ । ବାହାଘରର ବରଯାତ୍ରୀ ହେଉ କିମ୍ବା ମେଲୋଡି । ସବୁଠି ଶୁଭେ ଏହି ହିଟ୍ ଗୀତ । ଯାହାକୁ ଗାଇଥିଲେ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଗାୟକ ଅଭିଜିତ ମଜୁମଦାର । ସେ ଆଉ ନାହାଁନ୍ତିଲିଭର ସିରୋସିସରେ ସେ ପ୍ରାଣ ହରାଇଛନ୍ତି । ଚିକିତ୍ସାଧିନ ଅବସ୍ଥାରେ କୋଟି କୋଟି ପ୍ରଶଂସକଙ୍କଠୁ ସେ ବିଦାୟ ନେଇଛନ୍ତି ।

ଅଭିଜିତଙ୍କ କ୍ୟାରିଅର

ଅନେକ ଆଳବମ୍ ଏବଂ ଫିଲ୍ମରେ ତାଙ୍କ ଗୀତ ପୁରା ଫେମସ୍ ଏବଂ ହିଟ୍ । ସେ ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ।୧୯୯୧ରେ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ତାଙ୍କ ପାଦ ପଡିଥିଲା । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଗୀତ ଥିଲା ସମ୍ବଲପୁରୀ ଆଲବମ୍ଦକ୍ସି ଗଲା ।

୨୦୦୦ମସିହାରେ କାଶିଆ କପିଳା ଫିଲ୍ମରେ ହୋଇଥିଲା ଦାଦାଙ୍କ ଓଲିଉଡ ଡେବ୍ୟୁ । ଏହାପରେ ପଛକୁ ଚାହିଁନଥିଲେ ସେ । ନିଜ କ୍ୟାରିଅରରେ ସେ ନିର୍ମାଣ କରିଛନ୍ତି୭୦୦ରୁ ଅଧିକ ଗୀତ ।୫୦୦ରୁ ଅଧିକ ଗୀତ ହିଟ୍ ହୋଇଛି । ପିଲାଠୁ ବୁଢା, ଛାତ୍ରଙ୍କଠୁ ଯୁବକ ଯୁବତୀ ସମସ୍ତଙ୍କୁ ମତୁଆଲା କରୁଥିଲା ଦାଦାଙ୍କ ଗୀତ ।

ତୋର କଞ୍ଚା ହଳଦୀ, ତୋ ରିବନ ଫିତା, ତୋର ହୃଦୟ କିଛି କହିଲା, ଏ ରଙ୍ଗବତୀ. ଯୋଉ ଝିଅର ଅଣ୍ଟା, ବୟସ ତୋ କସମସ, ନାଲି ଆମ୍ବ ଭଳି ଅନେକ ହିଟ୍ ଗୀତ ସେ ଶ୍ରୋତାଙ୍କୁ ଦେଇଛନ୍ତି । ଯାହାର ଧୁନ୍ ରେ ଝୁମିଛନ୍ତି ଫ୍ୟାନ୍ସ୍ । ଫିଲ୍ମ ଏବଂ ଆଲବମ୍ ବ୍ୟତୀତ ସେ ଦୂରଦର୍ଶନରେ ବି କାମ କରିଛନ୍ତି । ଅନେକ ଶୋର ହୋଷ୍ଟ୍ ମଧ୍ୟ ସେ କରିଛନ୍ତି ।