ଭାରତ-ପାକ୍‌ ଅସ୍ତ୍ରବିରତିକୁ ନେଇ ସଲମାନଙ୍କ ଟ୍ଵିଟ୍ ; ରାଗିଗଲେ ୟୁଜର୍ସ, ପୋଷ୍ଟ କଲେ ଡିଲିଟ୍

Published By : Prameya-News7 Bureau | May 13, 2025 IST

ମୁମ୍ଵାଇ ୧୩।୦୫; ବର୍ତ୍ତମାନ ସୋସିଆଲ ମିଡିଆରେ ସଲମାନ ଖାନ୍‌ଙ୍କୁ ଟ୍ରୋଲ କରାଯାଉଛି । ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉପରେ ଆଶ୍ୱସ୍ତି ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। କିନ୍ତୁ ଟ୍ରୋଲ୍ ହେଲା ପରେ ସେ ଏହି ଟ୍ୱିଟ୍ ଡିଲିଟ୍‌ କରିଦେଇଛନ୍ତି। ସଲମାନ ତାଙ୍କ ଟ୍ୱିଟରେ ଲେଖିଥିଲେ, "ଭଗବାନଙ୍କୁ ଧନ୍ୟବାଦ ଯୁଦ୍ଧବିରତି ହୋଇଛି..."

ଯୁଦ୍ଧବିରତି ଘୋଷଣା ହେବା ପରେ ସଲମାନ ଖାନ୍‌ ଟ୍ଵିଟ୍‌ କରିଥିଲେ । ପରେ ତାହାକୁ ଡିଲିଟ୍ କରିଦେଇଛନ୍ତି। ଯୁଦ୍ଧବିରତିକୁ ନେଇ ଅଭିନେତାଙ୍କ ଏଭଳି ମନ୍ତବ୍ୟ ପାଇଁ ଅନେକ ତାଙ୍କୁ ସମାଲୋଚନା କରିଛନ୍ତି। କାରଣ ଏହା ପୂର୍ବରୁ ସଲମାନ ଆତଙ୍କବାଦୀ ଆକ୍ରମଣ, ଭାରତୀୟ ସେନାର ଜବାବ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଗୋଟିଏ ବି ଶବ୍ଦ କହି ନଥିଲେ। ଅନେକ ସୋସିଆଲ ମିଡିଆ ୟୁଜର୍ସ ସଲମାନ ଖାନଙ୍କୁ ଭାରତୀୟ ସୈନିକ ଏବଂ ଆତଙ୍କବାଦର ଶିକାର ହୋଇଥିବସ ବ୍ୟକ୍ତିଙ୍କୁ ଅଣଦେଖା କରିବାର ଅଭିଯୋଗ କରୁଛନ୍ତି। 

ଜଣେ ଲେଖିଛନ୍ତି ଯେ ସଲମାନ ଭାରତର ଯନ୍ତ୍ରଣାକୁ ନେଇ କିଛି କହିବା ଅପେକ୍ଷା ପାକିସ୍ତାନର ମଙ୍ଗଳ ବିଷୟରେ ଅଧିକ ଚିନ୍ତିତ ଥିବା ମନେହେଉଛି। ହଙ୍ଗାମା ଏତେ ବଢ଼ିଗଲା ଯେ ସଲମାନ ଶେଷରେ ଟ୍ୱିଟ୍ ଡିଲିଟ୍‌ କରିଦେଲେ। ଏବେ ଭାଇଜାନ୍‌ଙ୍କ ଟ୍ୱିଟର ସ୍କ୍ରିନ୍‌ସଟ୍ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବର୍ତ୍ତମାନ, ସଲମାନ ଖାନ ଏହି ବିଷୟରେ କୌଣସି ସ୍ପଷ୍ଟୀକରଣ ଜାରି କରି ନାହାଁନ୍ତି, କିମ୍ବା କୌଣସି ନୂଆ ଟ୍ୱିଟ୍ କରିନାହାଁନ୍ତି। ଏତିକି ହିଁ ନୁହେଁ ଆତଙ୍କବାଦୀ ଆକ୍ରମଣ ସମୟରେ ଶାହରୁଖ ଖାନ ଏବଂ ଆମିର ଖାନ ମଧ୍ୟ ନୀରବ ରହିଥିଲେ।"

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.